ରୋଷେଇ ଘରେ ଆସିବ ବିପ୍ଳବ: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରେଲୀୟ ସଂସ୍ଥା ‘ସେଭଫୁଲ୍’ର ବଡ଼ ପଦକ୍ଷେପ

ଭୁବନେଶ୍ୱର, ୩୦/୦୧ : ସ୍ଥାୟୀ ଶିକ୍ଷା ଏବଂ ସର୍କୁଲାର୍ ଇକୋନୋମି (Circular Economy)କ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ (CUTM), ଅଷ୍ଟ୍ରେଲୀୟ ଫୁଡ୍-ଟେକ୍ ପ୍ଲାଟଫର୍ମ ‘Saveful’ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ଘୋଷଣା କରିଛି। ଏହି ସହଭାଗିତା ମାଧ୍ୟମରେ ‘Saveful’ ଭାରତୀୟ ବଜାରରେ ପ୍ରବେଶ କରିଥିବାବେଳେ, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଏହି ଅଭିଯାନର ଜାତୀୟ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଖାଦ୍ୟ ଅପଚୟ ରୋକିବାକୁ ନୂତନ ପ୍ରୟାସ:ଭାରତୀୟ ଖାଦ୍ୟ ଶୈଳୀ ଓ ଦୈନନ୍ଦିନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଆପ୍‌କୁ ବିକଶିତ କରାଯାଇଛି। ଅଷ୍ଟ୍ରେଲିଆରେ ଏହି ଆପ୍ ମାଧ୍ୟମରେ ୪୧,୦୦୦ରୁ ଅଧିକ ବ୍ୟବହାରକାରୀ ପ୍ରାୟ ୬୩% ଖାଦ୍ୟ ନଷ୍ଟ ହେବାରୁ ରକ୍ଷା କରିପାରିଛନ୍ତି। ବର୍ତ୍ତମାନ ଏହା ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର “ଜିରୋ ୱେଷ୍ଟ କ୍ୟାମ୍ପସ” (Zero Waste Campus) ଅଭିଯାନର ଏକ ଅଂଶ ହେବ, ଯାହା ଛାତ୍ରଛାତ୍ରୀ ଓ ସ୍ଥାନୀୟ ସମୁଦାୟକୁ ରୋଷେଇ ଘରର ବଳକା ସାମଗ୍ରୀକୁ ସଠିକ୍ ଭାବେ ବ୍ୟବହାର କରିବାରେ ସାହାଯ୍ୟ କରିବ। ଏହି ଅବସରରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର କୁଳପତିପ୍ରଫେସର ସୁପ୍ରିୟା ପଟ୍ଟନାୟକକହିଛନ୍ତି, “ସାମାଜିକ ଦାୟିତ୍ୱବୋଧ ଏବଂ ସ୍ଥାୟୀ ନବସୃଜନ କ୍ଷେତ୍ରରେ ଆମେ ସର୍ବଦା ଆଗରେ ରହିଛୁ। ‘Saveful’ ସହ ଏହି ସହଭାଗିତା ଆମ ସମୁଦାୟକୁ ଏକ ଡିଜିଟାଲ୍ ସାଧନ ଯୋଗାଇଦେବ, ଯାହା ଦ୍ୱାରା ‘ଭଲ କାମ କରିବା’ ଆମ ଜୀବନଶୈଳୀର ଏକ ଅଂଶ ହୋଇପାରିବ।” Savefulର ସିଇଓକିମ୍ ମ୍ୟାକଡୋନାଲ୍ଡକହିଛନ୍ତି, “ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସାମାଜିକ ପରିବର୍ତ୍ତନ ଧାରାକୁ ଦେଖି ଆମେ ସେମାନଙ୍କୁ ଭାରତରେ ଆମର ପ୍ରଥମ ସହଯୋଗୀ ଭାବେ ଚୟନ କରିଛୁ।” ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀ ସନୀବ କୁମାର ଦାସ, ଶ୍ରୀ ସନ୍ଦୀପ କୁମାର ଏବଂ ସେମାନଙ୍କ ଟିମ୍ମିଳିତ ଭାବେ ଏହି ‘Saveful’ ଆପ୍‌କୁ ବିକଶିତ କରିଛନ୍ତି ।

ଆପ୍‌ର ବିକାଶ:ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ସଞ୍ଜୀବ କୁମାର ଦାସ, ସନ୍ଦୀପ କୁମାର ଏବଂ ସେମାନଙ୍କ ଟିମ୍ ଏହି Savefulଆପ୍‌ର ବିକାଶ କରିଛନ୍ତି। କ୍ୟାମ୍ପସ ରୋଲ୍-ଆଉଟ୍:ବିଶ୍ୱବିଦ୍ୟାଳୟର ସମସ୍ତ କ୍ୟାମ୍ପସରେ ଏହି ଆପ୍ ଲାଗୁ କରାଯିବ।

ଆର୍ଥିକ ସଞ୍ଚୟ:ଏହା ପରିବାରଗୁଡ଼ିକୁ ଘରେ ଥିବା ସାମଗ୍ରୀର ସଠିକ୍ ବ୍ୟବହାର ଶିଖାଇ ବଜାର ଖର୍ଚ୍ଚ କମାଇବାରେ ସାହାଯ୍ୟ କରିବ। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ଅନିତା ପାତ୍ର, ପ୍ରୋ-ଭାଇସ୍ ଚାନ୍ସେଲର ଡ. ଅଜୟ କୁମାର ନାୟକ, ପ୍ରଫେସର ବିଶ୍ୱଜିତ ମିଶ୍ର, ଅଷ୍ଟ୍ରେଲିଆର ନର୍ସିଂ ପ୍ରଫେସନାଲ ମାର୍କ ହେଲଡ୍, Thankful Foundation ର ସହ-ପ୍ରତିଷ୍ଠାତା ମାଇକ୍ ଚ୍ୟୁଟର ଏବଂ ଡିନ୍ ଡ. ସଂଗ୍ରାମ କେଶରୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।