ଛାଡ଼ଖାଇ ପାଇଁ ମଟନ୍ କେଜି ୮୦୦ ଟଙ୍କା

ଅସ୍ତରଙ୍ଗ: କାର୍ତ୍ତିକ ମାସ ସାରା କଷ୍ଟେ ମଷ୍ଟେ ନିରାମିଷ ରେ କଟିଲା । ମାସେ ଯାଏଁ ପାଟିରେ ଆମିଷ ବାଜିନି । ମଙ୍ଗଳବାର କାର୍ତ୍ତିକ ସରିଥିବା ବେଳେ ଆଜି ବୁଧବାର ଛାଡ଼ଖାଇ । ଏଥର ପାଞ୍ଚ ଲକ୍ଷ ରୁ ଅଧିକ ଟଙ୍କାର ବ୍ୟବସାୟ କରିବାକୁ ଲକ୍ଷ ରଖିଛି ବ୍ୟବସାୟୀ ସଙ୍ଘ । ଛାଡ଼ଖାଇରେ ମଟନ ଉପରେ ଅଧିକ ମାଡ଼ ହେବ ।

ଲୋକେ ଆମିଷ ଖାଇନଥିବାରୁ ଏହି ଦିନ ମଟନ ଖାଇବାକୁ ଇଚ୍ଛା କରିବେ । ଲୋକଙ୍କ ଡିମାଣ୍ଡ ଏତେ ଅଧିକ ରହିବ ଯେ ଖାସି ଯୋଗାଇବା ସମ୍ଭବ ହେବନି ବୋଲି ଆମିଷ ବ୍ୟବସାୟୀ ସଙ୍ଘ କହିଛି । ସେ ପଟେ ବୁଧବାର ଓ ଶୁକ୍ରବାର କୁ ମିଶାଇ ୫କୁଇଣ୍ଟାଲ ମଟନ ବିକ୍ରି ହେବ ବୋଲି ଅସ୍ତରଙ୍ଗ ବଜାର ମଟନ ବ୍ୟବସାୟୀ ସିକନ୍ଧର କହିଛନ୍ତି । ଏଥିପାଇଁ ସମସ୍ତ ଦୋକାନୀ ଆଗୁଆ ଖାସି ଆଣି ଷ୍ଟକୟାର୍ଡ଼ ରେ ରଖିଛନ୍ତି ।

ମିଳିଥିବା ସୂଚନା ମୁତାବକ, ଛାଡ଼ଖାଇ ଅବସରରେ ମଟନ କିଲୋ ପିଛା ଦର ୮୦୦ ଟଙ୍କା ରହିଥିବା ବେଳେ ବଏଲର୍‌ ଚିକେନ ଦର ରହିଛି ୨୫୦, ଦେଶୀ ଗଞ୍ଜା ଗୋଟା ୪୫୦ ଟଙ୍କା, ବାଗଦା ଚିଙ୍ଗୁଡ଼ି କିଲୋ ପିଛା ୪୦୦ ରୁ ୬୦୦ ଟଙ୍କା, ଭାକୁର କିଲୋ ପିଛା ୨୦୦, ରୋହି କିଲୋ ୧୮୦, ପାମ୍ପଲେଟ_ ଚାନ୍ଦି ମାଛ କିଲୋ ପିଛା ଦର ୧୦୦୦ ଟଙ୍କା ରହିଥିବା ବେଳେ କଙ୍କଡ଼ାର ଦର ୪୦୦ ଟଙ୍କାରୁ ୧୪୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏଥର ଛାଡ଼ଖାଇରେ ମାଛର ଚାହିଦା ବେଶି ରହିଛି। ପାଖାପାଖି ଦେଢ଼ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କେବଳ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ବିକ୍ରି ହେବ ବୋଲି ମାଛ ବେପାରୀ ଆଶାବାଦୀ ରହିଛନ୍ତି। ସେହିଭଳି ରାଜଧାନୀରେ ୨ ହଜାର କେଜି ଛେଳି ମାଂସ ଓ ୫୦କୁଇଣ୍ଟାଲ କୁକୁଡ଼ା ମାଂସ ବିକ୍ରି ହେବ ବୋଲି ଆକଳନ କରାଯାଇଛି।

SBI_Festive_Digital Billboard