ନୂଆଦିଲ୍ଲୀ, ୯/୮ : ଭାରତୀୟ କ୍ରିକେଟ ଦଳର ନିୟମିତ ସ୍ପିନର୍ ଯୁଜବେନ୍ଦ୍ର ଚହଲ୍ କୋରିଓଗ୍ରାଫର୍ ଧନଶ୍ରୀ ବର୍ମାଙ୍କୁ ବିବାହ କରିବେ ବୋଲି ଜଣାପଡିଛି। ଗତକାଲି ଚହଲ୍ ଓ ଧନଶ୍ରୀଙ୍କ ପାରମ୍ପରିକ ରୋକା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏ ସମ୍ପର୍କରେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଚହଲ୍। ଏକ ବିବାହ ପରାମ୍ପରା ଅନୁଯାୟୀ ରୋକା ଉତ୍ସବ ପାଳିତ ହୋଇଥାଏ। ଏହି ଉତ୍ସବର ଅର୍ଥ ହେଲା ଗୋଟିଏ ପୁଅ ସହ ଗୋଟିଏ ଝିଅର ବିବାହ ସ୍ଥିରୀକୃତ ହୋଇଯାଇଛି। ପୁଅ କିମ୍ବା ଝିଅର ବାପା ମା’ ଭବିଷ୍ୟତରେ ଅନ୍ୟ କୌଣସି ବିବାହ ପ୍ରସ୍ତାବ ଗ୍ରହଣ କରିବେ ନାହିଁ। ସୂଚନାଥାଉକି ବିସିସିଆଇ ଆନୁକୂଲ୍ୟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଚଳିତ ସଂସ୍କରଣ ୟୁଏଇରେ ଖେଳାଯିବ। ଆଇପିଏଲ୍ର ଚଳିତ ସଂସ୍କରଣରେ ଚହଲ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତରଫରୁ ଖେଳିବେ। ଆଇପିଏଲ୍ ସରିବା ପରେ ଧନଶ୍ରୀ ଓ ଚହଲ୍ଙ୍କ ବିବାହ ଅନୁଷ୍ଠିତ ହୋଇପାରେ।