ଟିମ ଇଣ୍ଡିଆ ପାଇଁ ୫୮ କୋଟି ଟଙ୍କା ପୁରସ୍କାର ଘୋଷଣା କଲା ବିସିସିଆଇ

0

ନୂଆଦିଲ୍ଲୀ, ୨୧/୦୩ : ବିସିସିଆଇ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ବିଜୟୀ ଭାରତୀୟ ଦଳ ପାଇଁ ମୋଟ ୫୮ କୋଟି ଟଙ୍କାର ନଗଦ ପୁରସ୍କାର ଘୋଷଣା କରିଛି । ଦୁବାଇରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରି ରୋହିତ ଶର୍ମାଙ୍କ ନେତୃତ୍ୱରେ ମାତ୍ର ୯ ମାସ ମଧ୍ୟରେ ଆଇସିସି ଦ୍ୱିତୀୟ ଟାଇଟଲ ହାସଲ କରିଛି ଭାରତ। ବାଂଲାଦେଶ, ପାକିସ୍ତାନ ଓ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ବିଜୟ ସହ ଫାଇନାଲରେ ଟିମ୍ ଇଣ୍ଡିଆ ୪ଟି ଦୃଢ଼ ବିଜୟ ହାସଲ କରି ନିଜର ଦବଦବା ପ୍ରଦର୍ଶନ କରିଛି। ନଗଦ ପୁରସ୍କାର ବଣ୍ଟନ ସମ୍ପର୍କରେ ବିସ୍ତୃତ ବିବରଣୀ ଦେବା ସହ କେବଳ ଖେଳାଳି ନୁହଁନ୍ତି, କୋଚିଂ ଏବଂ ସହଯୋଗୀ ଷ୍ଟାଫଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ଭାରତକୁ ଅନ୍ତର୍ଜାତୀୟ କ୍ରିକେଟରେ ସଦ୍ୟତମ ସଫଳତା ଆଣିଥିବା ଭାରତୀୟ ଦଳକୁ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୩ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ।

କିଏ ପାଇବେ କେତେ ଟଙ୍କା : ୧. ବିଜେତା ଦଳରେ ଥିବା ପ୍ରତ୍ୟେକ ଖେଳାଳିଙ୍କୁ ୩ କୋଟି ଟଙ୍କା ଲେଖାଏଁ, ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ୩ କୋଟି ଟଙ୍କା, ପ୍ରଶିକ୍ଷକ ରିଆନ୍ ଟେନ୍ ଡୋଚାଟେ, ଅଭିଷେକ ନାୟାର, ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକ ଏବଂ ବୋଲିଂ କୋଚ୍ ମର୍ନେ ମର୍କେଲଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ, ସମସ୍ତ ସପୋର୍ଟ ଷ୍ଟାଫ୍ ସଦସ୍ୟଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ, ଦଳର ସଫଳତାରେ ସମ୍ପୃକ୍ତ ବିସିସିଆଇ ଅଧିକାରୀଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ।

Leave A Reply

Your email address will not be published.