ଭୁବନେଶ୍ୱର, ୦୬/୦୨ : କିଟ ଓ କିସ୍ ପରିଦର୍ଶନ କଲେ ନିଉ କସେଲ ବିଶ୍ୱବିଦ୍ୟାଳୟ କୁଳପତି । ଇଂଲଣ୍ଡ ନିଉ କସେଲ ପ୍ରଫେସର ଖ୍ରୀଷ୍ଟୋଫର୍ ପଲ୍ ଡେ, ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତୀୟ ସମ୍ପର୍କ ଏବଂ ସହଭାଗୀତା ପାଇଁ କାର୍ଯ୍ୟନିର୍ବାହୀ ମୁଖ୍ୟ ସଞ୍ଜନା ମେଡିପାଲ୍ ଓ ବିଶ୍ୱବିଦ୍ୟାଳୟର ପ୍ରାକୃତିକ ତଥା ପରିବେଶ ବିଜ୍ଞାନ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଆଦିତ୍ୟ ନାରାୟଣ ଶର୍ମା ଆଜି କିଟ ଓ କିସ୍ ପରିଦର୍ଶନ କରିଛନ୍ତି। କିଟ୍ର ବିଭିନ୍ନ କ୍ୟାମ୍ପସ୍ ପରିଦର୍ଶନ କରିବା ସହ ସେମାନେ କିସ୍ର ସମସ୍ତ ୟୁନିଟ୍ ବୁଲି ଦେଖିଥିଲେ। ଏହା ସହ କିସ୍ ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିଥିଲେ । ଏହି ଅବସରରେ ସେ କିସର ୧୦ ଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିଥିଲେ। ଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ, କିଟ ଓ କିସ ପରିଦର୍ଶନ କରି ସେମାନେ ବେଶ ବିମୋହିତ। କିଟ ଓ କିସର କ୍ରୀଡା ସୁବିଧା ଦ୍ୱାରା ସେମାନେ ବେଶ ପ୍ରଭାବିତ ବୋଲି କହିଥିଲେ। କିଟ ଓ କିସରେ ଯେଭଳି କ୍ରୀଡା ସୁବିଧା ରହିଛି, ବ୍ରିଟେନ ଶିକ୍ଷାନୁଷ୍ଠାନଗୁଡିକରେ ମଧ୍ୟ ଏଭଳି ବ୍ୟବସ୍ଥା ବିରଳ ବୋଲି ସେମାନେ କହିଥିଲେ। କିସ ଜରିଆରେ ଜନଜାତି ପିଲାଙ୍କ ବିକାଶ ସହ କ୍ରୀଡ଼ା କ୍ଷେତ୍ରରେ କିଟ ଓ କିସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ଓ ଅସାଧାରଣ ଦୃଷ୍ଟିକୋଣକୁ ସେମାନେ ଭୂୟସୀ ପ୍ରଶଂସା କରିଥିଲେ।