ଅନଲାଇନ୍ ଠକାମୀର ଶିକାର ହେଲେ କେଜ୍ରିଓ୍ଵାଲଙ୍କ ଝିଅ

ନୂଆଦିଲ୍ଲୀ,୮/୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଝିଅ ଅନଲାଇନ୍‌ ଠକାମୀର ଶିକାର ହୋଇଛନ୍ତି। କେଜ୍ରିଓ୍ଵାଲଙ୍କ ଝିଅ ଏକ ପୁରୁଣା ସୋଫାକୁ ଅନଲାଇନ୍‌ରେ ବିକ୍ରି କରୁଥିଲେ। ଏହି କ୍ରମରେ ଠକ ତାଙ୍କଠୁ ୩୪,୦୦୦ ଟଙ୍କା ଠକି ନେଇଛନ୍ତି। ଠକ ନିଜକୁ ସୋଫାର ଗ୍ରାହକ ଭାବେ ପରିଚୟ ଦେଇଥିଲା। ସର୍ବ ପ୍ରଥମେ ବ୍ୟକ୍ତି ଜଣକ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କ ବିଶ୍ଵାସ ଜିଣିବା ପାଇଁ ତାଙ୍କ ଆକାଉଣ୍ଟକୁ କିଛି ଟଙ୍କା ପଠାଇଥିଲେ। ଏହା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ଝିଅକୁ ଥରୁଟିଏ ବାର କୋଡ୍ ସ୍କାନ କରିବାକୁ କହିଥିଲେ। ଥରୁଟିଏ ବାର କୋଡ୍ ସ୍କାନ ହେବା ମାତ୍ରେ କେଜ୍ରିଓ୍ଵାଲଙ୍କ ଝିଅଙ୍କ ଆକାଉଣ୍ଟରୁ ପ୍ରଥମେ ୨୦ ହଜାର ଏବଂ ପରେ ୧୪ ହଜାର ଟଙ୍କା କଟି ଯାଇଥିଲା।

ଏହି ପରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଝିଅଙ୍କ ଆକାଉଣ୍ଟରୁ ୩୪ ହଜାର ଟଙ୍କା ଗୋଲ ହୋଇ ଯାଇଛି। ଏହି ସମ୍ବନ୍ଧରେ ସିଭିଲ ଲାଇନ୍ସ ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ଠକେଇ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ସନ୍ଧାନ ଆରମ୍ଭ କରି କରିଛି ।