ପୁରୀ: ରେକର୍ଡ କଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଚଳିତ ବର୍ଷକୁ ମିଶାଇ ରଥଯାତ୍ରାରେ ୫୦ ବର୍ଷ ପୂରଣ କରିଛନ୍ତି ଗଜପତି ମହାରାଜା । ୧୯୭୧ ମସିହାରୁ ପିତାଙ୍କ ଦେହାନ୍ତ ପରଠାରୁୠଜପତି ଛେରାପହଁରା କରିଆସୁଛନ୍ତି ।
କେବଳ ୧୯୭୬ରେ ଛେରାପହଁରା କରିପାରିନଥିଲେ । ଉଚ୍ଚଶିକ୍ଷା ପାଇଁ ଆମେରିକାରେ ଥିବାରୁ ଛେରାପହଁରା କରିପାରିନଥିଲେ। ଗଜପତି ମହାରାଜାଙ୍କୁ ଏବେ ୬୮ ବର୍ଷ ।ସୂଚନାଯୋଗ୍ୟ, ଆଜି ଜନ୍ମବେଦିରୁ କର୍ମବେଦିକୁ ବାହୁଡ଼ୁଛନ୍ତି ମହାବାହୁ। । ନବଦିନ ଯାତ୍ରା ସାରି ଆଜି ଶ୍ରୀମନ୍ଦିର ଫେରୁଛନ୍ତି ଶ୍ରୀଜିଉ। କରୋନା କଟକଣା ପାଇଁ ଏଥର ବି ବିନା ଭକ୍ତରେ ହେଉଛି ବାହୁଡ଼ା ଯାତ୍ରା।