ଭୁବନେଶ୍ୱର, ୦୩/୧୨ : ଛତିଶଗଡର ବିଜାପୁରରେ ପୁଣି ବଡ଼ ଧରଣର ଏନକାଉଣ୍ଟର । ୬ ନକ୍ସଲ ନିହତ, ଦୁଇ ଯବାନ ସହିଦ ହୋଇଛନ୍ତି । ଭାରତକୁ ନକ୍ସଲ ମୁକ୍ତ କରିବା ପାଇଁ ସୁରକ୍ଷା ବାହିନୀର ଅଭିଯାନ ଜାରି ରହିଛି । ଛତିଶଗଡ଼ର ବିଜାପୁର-ଦାନ୍ତେୱାଡା ସୀମାରେ ସୈନିକ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଏହି ଭୟଙ୍କର ଏନକାଉଣ୍ଟର ହେଉଛି । ଏନକାଉଣ୍ଟରରେ ଛଅ ଜଣ ନକ୍ସଲ ନିହତ ହୋଇଛନ୍ତି । ତେବେ ଏହି ଏନକାଉଣ୍ଟରରେ ଦୁଇ ଜଣ ସୈନିକ ମଧ୍ୟ ସହିଦ ହୋଇଛନ୍ତି । ଦାନ୍ତେୱାଡା ଡିଆଇଜି କମଳଲୋଚନ କଶ୍ୟପ କହିଛନ୍ତି ଯେ, ଗତ ଦୁଇ ଘଣ୍ଟା ଧରି ସୈନିକ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ଏପର୍ଯ୍ୟନ୍ତ ୬ଜଣ ମାଓବାଦୀ ନିହତ ହୋଇଛନ୍ତି, ଏବଂ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ।