ମେ’ ୧ରୁ ବଢ଼ିବ ଛେନା ଓ ପନିର ଦର

0

ଭୁବନେଶ୍ବର,୨୫/୪ : ମେ’ ୧ରୁ ଦୁଗ୍ଧଜାତ ଦ୍ରବ୍ୟର ଦର ବୃଦ୍ଧି ପାଇବ। କ୍ଷୀରଦର ବଢ଼ିଥିବାରୁ ଦୁଗ୍ଧଜାତ ଦ୍ରବ୍ୟର ବୃଦ୍ଧି ପାଇଛି। ଏ ନେଇ କଟକ ଜିଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ସଂଘର ନିଷ୍ପତ୍ତି ଅନୁସାରେ ଛେନା କେଜି ୨୦ ଟଙ୍କା ବଢ଼ିଛି। ବର୍ତ୍ତମାନ ଛେନା କେଜି ପ୍ରତି ୧୭୫ ଟଙ୍କା ଥିବାବେଳେ ଏହା ୧୯୫ଟଙ୍କା ହେବ। ସେହିପରି ପନିର କେଜି ୨୨୫ଟଙ୍କା ରହିଥିବାବେଳେ ୩୦ଟଙ୍କା ବଢ଼ି ୨୫୫ଟଙ୍କା ହେବ । ଅପରପକ୍ଷରେ ସବୁଠୁ ଅଧିକ ଖୁଆ କେଜି ୬୦ଟଙ୍କା ବୃଦ୍ଧି କରାଯାଇଛି। ବର୍ତ୍ତମାନ ଖୁଆ କେଜି ଦର ୨୬୦ଟଙ୍କା ରହିଥିବାବେଳେ ଏହା ୩୨୦ ଟଙ୍କା ହେବ ବୋଲି କଟକ ଜିଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.