ପହଲଗାମରେ ଆତଙ୍କବାଦୀ ଆକ୍ରମଣ : ଘଟଣାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର , ୨୩/୦୪ : ଆତଙ୍କବାଦୀମାନେ ପହଲଗାମଠାରେ ନିରୀହ ପର୍ଯ୍ୟଟକମାନଙ୍କୁ ହତ୍ୟା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାର ଦୃଢ ନିନ୍ଦା କରିବା ସହିତ ମୃତ ପର୍ଯ୍ୟଟକମାନଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାରେ ଜଣେ ଓଡିଆ ପର୍ଯ୍ୟଟକ ପ୍ରଶାନ୍ତ ଶତପଥିଙ୍କ ମୃତ୍ୟୁ ହୋଇଛି। ଏହାକୁ ଆମେ ନିନ୍ଦା କରୁଛୁ। ସଂପୃକ୍ତ ଓଡିଆ ପର୍ଯ୍ୟଟକଙ୍କ ମର ଶରୀର କିପରି ତାଙ୍କର ବାସସ୍ଥାନରେ ସୁରୁଖୁରୁରେ ପହଞ୍ଚିବ, ସେ ସଂପର୍କରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଅବସ୍ଥାପିତ ପ୍ରମୁଖ ଆବାସିକ ଆୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.