କୋରାପୁଟ,୫ /୧ : ଆଜି ମୁଖ୍ୟମନ୍ତ୍ରୀ କୋଟିଆରେ ବହୁ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଲୋକମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଦୀର୍ଘଦିନରୁ କୋରାପୁଟ ଜିଲ୍ଲାର କୋଟିଆ ଗାଁ କୁ ଆନ୍ଧ୍ର ସରକାର ନିଜ ଅକ୍ତିଆରରେ ନେବା ପାଇଁ ଚିନ୍ତା କରୁଥିବା ବେଳେ ଏଥିରେ ବିଚଳିତ ହୋଇପଡ଼ିଛନ୍ତି ଓଡ଼ିଶା ସରକାର । ଆନ୍ଧ୍ର ସରକାର ଚଳିତ ମାସ ୧୩ ଓ ୧୭ ତାରିଖରେ କୋଟିଆ ସୀମାନ୍ତ ଗାଁ ତଳଗଞ୍ଜେଇପଦର, ଫାଟୁସିନେରି ଓ ଫଗୁଣସିନେରିରେ ପଞ୍ଚାୟତ ନିର୍ବାଚନ କରିବେ । ଓଡ଼ିଶା ସରକାର କୋଟିଆ ଅଚଂଳରେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ ମଧ୍ୟ ଏହା ସେମାନଙ୍କୁ ଆକୃଷ୍ଟ କରିପାରୁ ନାହିଁ । ତେଣୁ ଆଜି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କୋଟିଆର ଲୋକମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ।