ଭୁବନେଶ୍ୱର, ୨୮/୧୨ : ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସରକାରୀ ସ୍କୁଲ ଛାତ୍ରଛାତ୍ରୀମାନେ ମାଗଣାରେ ଏହି ବସ୍ ରେ ଯାତ୍ରା କରିବେ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଆଲୋଚନା ସରିଛି। ପରିବହନ ବିଭାଗ ଯେମିତି କ୍ଷତି ନ ସହିବ ସେନେଇ ଆଲୋଚନା ହୋଇଛି। ପ୍ରାୟ ୧୪୨୨ ଟି ସରକାରୀ ବସରେ ଏପରି ସୁବିଧା ପ୍ରଦାନ କରାଯିବ। ସ୍କୁଲ୍ ୟୁନିଫର୍ମ ଓ ଆଇକାର୍ଡ ଦେଖାଇ ଛାତ୍ରଛାତ୍ରୀମାନେ ଏହି ସେବା ପାଇପାରିବେ। କେଉଁ ରୁଟ୍ରେ କେତେ ବସ୍ ଚାଲିବ, ତାହା ଏସ୍ଆରଟିସି ସ୍ଥିର କରିବ। କେବଳ ଗ୍ରାମାଞ୍ଚଳ ସ୍କୁଲ୍ ରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବା ନେଇ ସୂଚନା ରହିଛି।