ଜିଅନ୍ତା ସାପକୁ ଗିଳିଦେଲା ଶିଶୁ : ଲାଞ୍ଜ ଦେଖି ପାଟିରୁ ଭିଡି ଆଣିଲା ମା

ଉତ୍ତରପ୍ରଦେଶ, ୬ /୯ : ଉତ୍ତରପ୍ରଦେଶର ବରେଲୀ ଜିଲାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଘଟଣାଟି ବରେଲୀ ଫତେଗଞ୍ଜ ପଶିମଚୀ ଥାନା ଅନ୍ତର୍ଗତ ଭୋଲାପୁରର । ଏକ ବର୍ଷକର ପିଲାଟି ଖେଳୁ ଖେଳୁ  ଜିଅନ୍ତା ସାପଟିକୁ ପାଟିରେ ପୁରାଇ ଗିଳି ଦେଇଥିଲା । ପିଲାଟିର ମାଆ ସାପ ଲାଞ୍ଜ ଦେଖି ତା’ ପାଟିରୁ ସାପଟିକୁ ଟାଣି ବାହାର କରିବା ସହ ତୁରନ୍ତ ପିଲାଟିକୁ ହସ୍ପିଟାଲ ନେଇଥିଲେ।

ପିଲାଟିର ବାପାଙ୍କ କହିବା ଅନୁଯାୟୀ ଶନିବାର ସକାଳ ସମୟରେ ତାଙ୍କ ପୁଅ ଖେଳୁଥିବା ସମୟରେ ତା’ ନିକଟକୁ ସାପର ଏକ ଛୁଆ ପଳାଇ ଆସିଥିଲା। ପିଲାଟି ହଠାତ ସେହି ସାପ ଛୁଆକୁ ପାଟିରେ ପୁରାଇବା ମାତ୍ରେ ତା’ମାଆ ପାଟିରୁ ଲାଞ୍ଜ ଧରି ସାପକୁ ବାହାର କରି ଥିଲେ ମଧ୍ୟ ସେତେବେଳକୁ ସାପ ଛୁଆଟିର ମୃତ୍ୟୁ ହୋଇଥିଲା। ମୃତ ସାପଟିର ଲମ୍ବ ପ୍ରାୟ ୭ ଇଞ୍ଚ ଥିଲା। ପିଲାଟିକୁ ତୁରନ୍ତ ହସ୍ପିଟାଲ ନେବା ପରେ ଚିକିତ୍ସା ଆରମ୍ଭ କରାଯାଇଥିଲା। ଡ଼ାକ୍ତରଙ୍କ ମତାନୁଯାୟୀ, ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି। ଚିକିତ୍ସା ପରେ ପିଲାଟିକୁ ଘରକୁ ପଠାଯାଇଥିବା ଜଣାପଡ଼ିଛି।