ଚୋଂଗକିଂଗ, ୨୧/୧୨: ଚୀନ୍ର ଚୋଂଗକିଂଗ ସହରରୁ କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ରୋଗୀଙ୍କ ଚେକଅପ କାଳରେ ଡାକ୍ତର କିପରି ଥକିକି ଶୋଇ ଯାଉଛନ୍ତି ଦେଖାଯାଇପାରେ। କେବଳ ଏହି ଭିଡିଓ ନୁହେଁ ଅନ୍ୟ ଭିଡିଓ ଗୁଡିକ ମଧ୍ୟ ଚୀନ୍ରେ କୋରନାର କରାଳ ରୂପକୁ ଦେଖାଉଛନ୍ତି ଯାହା ଆତଙ୍କିତ କରୁଛି। ଏହି ସବୁ ଭିଡିଓ ଗୁଡିକ ହସ୍ପିଟାଲମାନଙ୍କର ଭୟାବହ ଚିତ୍ରକୁ ପ୍ରଦର୍ଶନ କରୁଛନ୍ତି।
ଭିଡିଓରେ ଚୋଂଗକିଂଗରେ ଏକ ହସ୍ପିଟାଲର ଏମାର୍ଜେନ୍ସୀ ରୁମ ଦେଖାଯାଉଛି। ରୁମରେ ରୋଗୀଙ୍କ ଲାଗି ବେଡର ଅଭାବ ସ୍ପଷ୍ଟ ଦେଖି ହେଉଛି। ସବୁ ବେଡରେ ରୋଗୀ ଶୋଇଥିବା ବେଳେ ଜରୁରୀ ଚିକିତ୍ସା ଲାଗି ଆସୁଥିବା ଗୁରୁତରଙ୍କୁ ଡାକ୍ତର ତଳେ ସୁଆଇ ଚିକିତ୍ସା କରୁଛନ୍ତି। ଏଥିରେ ଡାକ୍ତର ଜଣେ ରୋଗୀଙ୍କୁ ସିପିଆର ଦେଉଥିବା ଦେଖାଯାଉଛି। ଅଧିକାଂଶ ରୋଗୀଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ଡାକ୍ତର ଯେଉଁଠି ଆବଶ୍ୟକ ପଡୁଛି ରୋଗୀଙ୍କୁ ଚିକିତ୍ସା କରୁଥିବା ଦେଖାଯାଉଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନ୍ୟ ଏକ ଭିଡିଓରେ ରୋଗୀଙ୍କ ଚେକଅପ କରୁଥିବା ଡାକ୍ତର ଅଚାନକ ବେହୋସ ହୋଇପଡୁଛନ୍ତି। ଏହି ଭିଡିଓରୁ ଚୀନ୍ରେ ଏବେ କରୋନାର କରାଳ ରୂପକୁ ଅନୁଭବ କରି ହେଉଥିବା ବେଳେ ହସ୍ପିଟାଲରେ ଡାକ୍ତରମାନେ କିପରି ଓଭରଟାଇମ ଡ୍ୟୁଟି କରି ଥକିପଡୁଛନ୍ତି ତାହାମଧ୍ୟ ଦେଖାଯାଉଛି। ଭିଡିଓରେ ଡାକ୍ତରଙ୍କ ଉପରେ ଲଗାତାର ବଢୁଥିବା ୱାର୍କ ଲୋଡ ଓ ରୋଗୀଙ୍କ ଅନ୍ତହୀନ ଧାଡିରେ ଥକ୍କା ଡାକ୍ତରମାନେ ମଝିରେ ମଝିରେ ଢୁଳେଇ ପଡୁଥିବାର ଓ ଶେଷରେ ବେହୋସ ହୋଇଯାଉଥିବାର ଦେଖାଯାଉଛି।
