‘ଆମ ଦେଶ ପ୍ରଥମେ କରୋନା ଟିକା ପ୍ରସ୍ତୁତ କରିଛି’ : ଚୀନ

ବେଜିଂ: ବିଶ୍ୱର ପ୍ରଥମ କରୋନା ଟିକା ‘ସ୍ଫୁଟନିକ ବି’ ପ୍ରସ୍ତୁତ କରିଥିବା ନେଇ ଘୋଷଣା କରିଛି ରୁଷ। ୨ ସପ୍ତାହ ଭିତରେ ଏହା ବଜାରରେ ଉପଲବଦ୍ଧ ହେବ । କିନ୍ତୁ ଏହା ପୂର୍ବରୁ ରୁଷର ଦାବିକୁ ନେଇ ବିବାଦ ସୃଷ୍ଟି ହୋଇଛି। ଚୀନ ପ୍ରଥମେ କରୋନା ଟିକା ପ୍ରସ୍ତୁତ କରିଛି ବୋଲି ଦାବି କରୁଛି। ଏହି ସମୟରେ ଚୀନ ମଧ୍ୟ ନିଜ ଟିକାକୁ ବଜାରକୁ ଆଣିବାକୁ ଜୋରଦାର ଉଦ୍ୟମ ଜାରି ରଖିଛି।

ଚୀନର କହିବା ଅନୁସାରେ, ରୁଷ ଯେଉଁ କାମ ଏବେ କରୁଛି, ଚୀନ ତାହା ଏପ୍ରିଲରେ ଶେଷ କରିଥିଲା। ଏଥିଲାଗି ଚୀନ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ବିବୃତ୍ତିକୁ ମଧ୍ୟ ଉଲ୍ଲେଖ କରିଛି। ଚୀନରେ ଏପ୍ରିଲ ମାସରେ ହୋଇଥିବା କ୍ଲିନିକାଲ ଟ୍ରାଏଲକୁ ଡବ୍ଲ୍ୟୁଏଚଓ ବିଶ୍ଵର ପ୍ରଥମ ପରୀକ୍ଷଣ ବୋଲି ସ୍ପଷ୍ଟ କରିଛି। ତେଣୁ ବିଶ୍ଵରେ ପ୍ରଥମେ ଟିକା ପ୍ରସ୍ତୁତ କରିଛୁ ବୋଲି ଚୀନ ଦାବି କରିଛି।