ନୂଆଦିଲ୍ଲୀ,୨/୪: ଚୀନରେ ପୁଣି ଥରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଚୀନର ସବୁଠୁ ଅଧିକ ଜନସଂଖ୍ୟା ଥିବା ସହର ସଂଘାଇରେ ରେକର୍ଡ କରୋନା ମାମଲା ଚିହ୍ନଟ ହୋଇଛି। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି। ମାମଲା ହ୍ରାସ କରିବା ପାଇଁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଉଛି। କରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଚୀନ ସରକାର କଠୋର ନିଷ୍ପତ୍ତି ନେଇଛନ୍ତି । ଚୀନର ଏହି ନିଷ୍ପତ୍ତି ସବୁ ସୀମାକୁ ଟପି ଯାଇଛି ।
ମିଡିଆ ରିପୋର୍ଟ ଅନୁସାରେ, କରୋନା ଯୋଗୁଁ ପିଲାମାନଙ୍କୁ ନିଜ ବାପା-ମାଆଙ୍କ ଠାରୁ ଅଲଗା କରି କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଉଛି । ଚୀନ ସରକାରଙ୍କ ଏହି କଠୋର କଟକଣା ଯୋଗୁଁ ଚୀନ ନାଗରିକ ଭୟଭିତ ଅଛନ୍ତି।
ଚୀନ ସରକାର କରୋନା ମହାମାରୀର ନୂଆ ଲହରକୁ ମୁକାବିଲା କରିବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି, ତାକୁ ନେଇ ଲୋକେ ଭୟଭୀତ ଅଛନ୍ତି।