ପୃଥିବୀ ପାଇଁ ନୂଆ ବିପଦ! କରୋନାଠାରୁ ମାରାତ୍ମକ ଭୂତାଣୁ ପ୍ରସ୍ତୁତ କରୁଛି ଚାଇନା-ପାକିସ୍ତାନ

ଇସଲାମାବାଦ: ପାକିସ୍ତାନ ଏବଂ ଚାଇନା ମଧ୍ୟରେ ବନ୍ଧୁତା ଏବେ ପୃଥିବୀ ପାଇଁ ନୂଆ ବିପଦ ସୃଷ୍ଟି କରିବାକୁ ଯାଉଛି । ଚାଇନା ପାକିସ୍ତାନକୁ ଅନେକ ଥର ଆର୍ଥିକ ସହାୟତା କରିଛି । ଏଥି ସହିତ ପାକିସ୍ତାନ ମଧ୍ୟ ଚାଇନାର ବେଆଇନ କାର୍ଯ୍ୟକୁ ସମର୍ଥନ କରିବାକୁ କୁଣ୍ଠାବୋଧ କରେ ନାହିଁ । ଉଭୟଙ୍କ ବନ୍ଧୁତା ବର୍ତ୍ତମାନ ଏକ ବିପଜ୍ଜନକ ସ୍ତରରେ ପହଞ୍ଚିଛି । ସେମାନେ ଏକାଠି ହୋଇ ଦୁନିଆକୁ ଧ୍ୱଂସ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ।

ଖବର ଅନୁସାରେ ଚାଇନା ଏବଂ ପାକିସ୍ତାନ ମିଳିତ ଭାବେ କରୋନା ଅପେକ୍ଷା ଏକ ମାରାତ୍ମକ ଭୂତାଣୁ ସୃଷ୍ଟି କରୁଛନ୍ତି । ରାୱଲପିଣ୍ଡିର ରିସର୍ଚ୍ଚ ଲ୍ୟାବରେ ଏହି ଭୂତାଣୁ ବିକଶିତ କରିବା ପାଇଁ ଉଭୟ ଦେଶ ସହଭାଗିତାରେ କାର୍ଯ୍ୟ କରୁଛନ୍ତି । ଏହି ନିର୍ଦ୍ଦିଷ୍ଟ ପ୍ରକଳ୍ପ ଉହାନ ଇନ୍ଷ୍ଟିଚ୍ୟୁଟ ଏବଂ ପ୍ରତିରକ୍ଷା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଙ୍ଗଠନ ଦ୍ୱାରା ପରିଚାଳିତ ହେଉଛି । ପ୍ରତିରକ୍ଷା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଙ୍ଗଠନ ପାକିସ୍ତାନ ସେନା ଦ୍ୱାରା ପରିଚାଳିତ ।

ତେବେ ୨୦୨୦ରେ କୌଣସି ନିର୍ଦ୍ଦିଷ୍ଟ ପ୍ରକଳ୍ପ କାର୍ଯ୍ୟକାରୀ କରିବାର ଖବରକୁ ପାକିସ୍ତାନ ଅସ୍ୱୀକାର କରିଛି । ଜିଓ-ପଲିଟିକ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ପାକିସ୍ତାନର ବାୟୋସଫେଟି ଲେଭଲ-୩ (ବିଏସଏଲ୍-୩) ଲାବୋରେଟୋରୀ ବିଷୟରେ କୌଣସି ରହସ୍ୟ ନାହିଁ । ଏହି ଲାବୋରେଟୋରୀ ରାୱଲପିଣ୍ଡିର ଚାକାଲାଲ କ୍ୟାଣ୍ଟନମେଣ୍ଟରେ ଅବସ୍ଥିତ ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ଏହା ଏକ ସୁରକ୍ଷିତ ଅଞ୍ଚଳ ଏବଂ ଏହାର ନେତୃତ୍ୱ ଦୁଇ ତାରକା ଜେନେରାଲ କରିଥାନ୍ତି । କେତେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଚାଇନା ପ୍ରକୃତରେ ନୂଆ ଭୂତାଣୁ ବିକଶିତ ପାଇଁ କାର୍ଯ୍ୟ କରୁଛି । ଯାହାର କୋଭିଡ ଅପେକ୍ଷା ଅଧିକ କ୍ଷତି କରିବାର କ୍ଷମତା ରହିଛି । ପାକପିସ୍ତାନ ପ୍ରଧାନମନ୍ତ୍ରୀ ଶହେବାଜ ସରିଫ ଏବଂ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କ ନିର୍ଦ୍ଦେଶରେ ଏହା କରାଯାଉଥିବର ରିପୋର୍ଟରେ ଦାବି କରାଯାଇଛି ।

SBI_Festive_Digital Billboard