ନୂଆଦିଲ୍ଲୀ,୨୮/୧୨: ଚୀନ୍ର ନ୍ୟାସନାଲ୍ ୟୁନିଭର୍ସିଟି ଅଫ୍ ଡିଫେନ୍ସ ଟେକ୍ନୋଲୋଜି ବିଶ୍ୱର ସବୁଠାରୁ ଦ୍ରୁତତମ ମ୍ୟାଗ୍ଲେଭ୍ ଟ୍ରେନ୍ ନିର୍ମାଣ କରିଛି । ଏହା ୨ ସେକେଣ୍ଡରେ ଧରିବ ଘଣ୍ଟା ପ୍ରତି ୭୦୦ କିଲୋମିଟର ସ୍ପିଡ୍। ଏହି ଅଲ୍ଟ୍ରା-ହାଇ-ସ୍ପିଡ୍ ଟେକ୍ନୋଲୋଜି ଭବିଷ୍ୟତର ଯାତ୍ରା, ହାଇପରଲୁପ୍ ସିଷ୍ଟମ୍ ଏବଂ ଦୂର ସହରଗୁଡ଼ିକୁ ମାତ୍ର କିଛି ମିନିଟ୍ରେ ସଂଯୋଗ କରିବାର ସମ୍ଭାବନାକୁ ଦର୍ଶାଉଛି। ଏହି ପ୍ରୋଜେକ୍ଟ ପାଇଁ ୧୦ ବର୍ଷ ଧରି ଗବେଷଣା ଚାଲିଥିଲା। ଏହା ସହ ଜାପାନକୁ ପଛରେ ପକାଇଛି ଚୀନ୍। ପୂର୍ବରୁ ଜାପାନର ସବୁଠାରୁ ଦ୍ରୁତତମ ଟ୍ରେନ୍ ଥିଲା JR-ମାଗଲେଭ୍, ଯାହାକି ୫୮୧ କିମି/ଘଣ୍ଟା ବେଗରେ ପହଞ୍ଚିବାର କ୍ଷମତା ରଖିଛି। ଏହି ଟେଷ୍ଟ ୪୦୦ ମିଟର ଲମ୍ବା ଟ୍ରାକ୍ରେ ହୋଇଛି। ଯାହାକୁ ମାଗ୍ନେଟିକ୍ ଲେଭିଟେସନ୍ ଟ୍ରାକ୍ ଉପରେ ପରୀକ୍ଷା କରାଯାଇଥିଲା। ଏହି ଗତିରେ ଟ୍ରେନକୁ ସୁରକ୍ଷିତ ଭାବରେ ମଧ୍ୟ ଅଟକାଯାଇଥିଲା। ଏହି ସଫଳତା ଚୀନର ଅଲ୍ଟ୍ରା-ହାଇ-ସ୍ପିଡ୍ ମ୍ୟାଗ୍ନେଟ୍ ପରିବହନ ପ୍ରଣାଳୀର ଗବେଷଣା ଏବଂ ବିକାଶକୁ ଉଲ୍ଲେଖନୀୟ ଭାବରେ ତ୍ୱରାନ୍ୱିତ କରିବ। ଏହି ବାହନ କେବଳ ଏକ ଚେସିସ୍ ଭଳି ଲାଗିଥାଏ। ତାହା ଟ୍ରାକ୍ରେ ଖୁବ୍ ଦ୍ରୁତ ଗତିରେ ଯାଇଥାଏ। ଟ୍ରାକ୍ରେ ଯିବା ସମୟରେ ପଛ ପଟୁ ଧୂଆଁ ମଧ୍ୟ ଛାଡିଥାଏ। ଏହା ହେଉଛି ସୁପର କଣ୍ଡକ୍ଟିଂ ଇଲେକ୍ଟ୍ରିକ୍ ମାଗଲେଭ୍ ସିଷ୍ଟମ, ଯାହାକି ଦୁନିଆର ସବୁଠାରୁ ଦ୍ରୁତ ଏକ୍ସଲେସନ୍ ଓ ସ୍ପିଡ୍ର ରେକର୍ଡ। ପ୍ରଫେସର ଲି କହିଛନ୍ତି ତାଙ୍କର ଭବିଷ୍ୟତର ଧ୍ୟାନ ହାଇ-ସ୍ପିଡ୍ ମ୍ୟାଗ୍ନେଟ୍ ପାଇପଲାଇନ୍ ପରିବହନ, ଏରୋସ୍ପେସ୍ ଉପକରଣ ପରୀକ୍ଷଣ ଏବଂ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଲଞ୍ଚ ଭଳି ନୂତନ ଟେକ୍ନୋଲୋଜି ଉପରେ ରହିବ।