ଭୁବନେଶ୍ୱର, ୧୩/୦୩ : ବହୁଚର୍ଚ୍ଚିତ ସି-ସୋର୍ ଚିଟ୍ଫଣ୍ଡ୍ କେଳେଙ୍କାରୀ ମାମଲାରେ ଅଭିଯୁକ୍ତ ବାଲେଶ୍ୱରର ପୂର୍ବତନ ଏମ୍ପି ରବୀନ୍ଦ୍ର କୁମାର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କୁ ପୂର୍ବରୁ ମିଳିଥିବା ‘ଅନ୍ତରୀଣ ସୁରକ୍ଷା’ ଅବଧିକୁ ଆସନ୍ତା ଏପ୍ରିଲ ୧୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ହାଇକୋର୍ଟ। ଅନ୍ୟପଟେ ତାଙ୍କ ଠାରୁ ଜବତ କରାଯାଇଥିବା ଦଲିଲ ଓ ଦସ୍ତାବିଜ୍ର ଚିଠା ବା ତାଲିକା ଯୋଗାଇଦେବାକୁ କୋର୍ଟ କହିଛନ୍ତି। ସିବିଆଇ ଅଦାଲତରେ ଚାଲିଥିବା ସି-ସୋର୍ ଚିଟ୍ଫଣ୍ଡ କେଳେଙ୍କାରୀ ମାମଲାରୁ ତାଙ୍କୁ ବାଦ ଦେବା ଲାଗି ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ପ୍ରାରମ୍ଭିକ ଶୁଣାଣିରେ ହାଇକୋର୍ଟ ରବୀନ୍ଦ୍ର ଜେନାଙ୍କ ଆବେଦନକୁ ଗ୍ରହଣ କରିବା ସହ ତାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ। ତେବେ ସର୍ତ୍ତ ସ୍ୱରୂପ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବା ସହ ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ସର୍ତ୍ତ ରଖିଥିଲେ। ତେବେ ଗତ ଶୁଣାଣି ସମୟରେ ତାଙ୍କ ଠାରୁ ଜବତ କରାଯାଇ ଅବ୍ୟବହୃତ ସମସ୍ତ ଦଲିଲକୁ ଫେରାଇ ଦେବାକୁ ରବିନ୍ଦ୍ର ଜେନା କୋର୍ଟରେ ଦରଖାସ୍ତ କରିଥିଲେ। ତାଙ୍କଠୁ କଣ କଣ ଦଲିଲ ଦସ୍ତାବିଜ ଜବତ କରାଯାଇଛି ସେ ସବୁର ଏକ ତାଲିକା ଦାଖଲ ହୋଇଛି ବୋଲି ସିବିଆଇ ପକ୍ଷରୁ କୁହାଯାଇଛି।
ପ୍ରାରମ୍ଭିକ ଶୁଣାଣିରେ ହାଇକୋର୍ଟ ରବୀନ୍ଦ୍ରଙ୍କ ଆବଦେନକୁ ଗ୍ରହଣ କରିବା ସହ ତାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ। ତେବେ ସର୍ତ୍ତ ସ୍ୱରୂପ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବା ସହ ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ସର୍ତ୍ତ ରଖିଥିଲେ। ତେବେ ଗତ ଶୁଣାଣି ସମୟରେ ତାଙ୍କଠାରୁ ଜବତ କରାଯାଇ ଅବ୍ୟବହୃତ ସମସ୍ତ ଦଲିଲକୁ ଫେରାଇ ଦେବାକୁ ସେ କୋର୍ଟରେ ଦରଖାସ୍ତ କରିଥିଲେ। ତାଙ୍କଠୁ କ’ଣ କ’ଣ ଦଲିଲ ଦସ୍ତାବିଜ ଜବତ କରାଯାଇଛି ସେ ସବୁର ଏକ ତାଲିକା ଦାଖଲ ହୋଇଛି ବୋଲି ସିବିଆଇ ପକ୍ଷରୁ କୁହାଯାଇଛି। ରାଜ୍ୟରେ ୫୦୦ କୋଟିର ଚିଟପଣ୍ଡ ଦୁର୍ନୀତି ମାମଲା ସାମ୍ନାକୁ ଆସିଥିଲା। ସି-ସୋର ଚିଟ୍ପଣ୍ଡ କେଳେଙ୍କାରୀର ମୁଖ୍ୟ ଅଭିଯୁକ୍ତ ଥିଲେ ପ୍ରଶାନ୍ତ ଦାସ। ଏହି କେଳେଙ୍କାରୀରେ ଅନେକ ବିଜେଡି ନେତା ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଏହି ମାମଲାରେ ପୂର୍ବତନ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ ହୋଇଥିଲେ। ଏହି ଚିଟ୍ପଣ୍ଡରେ ବାଲେଶ୍ୱରର ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କ ସଂପୃକ୍ତି ଥିବା ମଧ୍ୟ ଅଭିଯୋଗ ରହିଛି। ତାଙ୍କ ନାଁରେ ମାମଲା ଚାଲିଛି।