ରାଜ୍ୟ ସରକାରଙ୍କ ଘୋଷଣା : ଜାନୁଆରୀରୁ ଖୋଲିବ ସିନେମା ହଲ

ଭୁବନେଶ୍ବର,୩୦ /୧୨ : ରାଜ୍ୟରେ ଥିବା ସିନେମା ହଲ ଓ ଥିଏଟରଗୁଡ଼ିକୁ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।
ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାନୁଆରି ମାସର କରୋନା ଗାଇଡଲାଇନ୍ସରେ ସିନେମା ହଲ ଖୋଲିବା ପାଇଁ ଘୋଷଣା କରାଯାଇଛି । ତେବେ ୫୦ ପ୍ରତିଶତ ଦର୍ଶକ ସହ ହଲଗୁଡ଼ିକ ଖୋଲିପାରିବ । ଏହା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରୋନା ଏସଓପି ପାଳନ କରାଯିବ ।

କେନ୍ଦ୍ର ସରକାର ଗତ ଅକ୍ଟୋବର ମାସରେ ଦେଶରେ ସିନେମା ହଲ ଖୋଲିବାକୁ ଅନୁମତି ଦେଇଥିଲେ । ଏଥିପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି ହୋଇଥିଲା ।