୧୫୦ ବର୍ଷ ଯାଏଁ ମରିବନି ମଣିଷ : ଚୀନର ଅଜବ ଦାବି

ନୂଆଦିଲ୍ଲୀ : ଯଦି ଜଣେ ମଣିଷ ୧୫୦ ବର୍ଷ ବଞ୍ଚିବ, ତେବେ ତାର ଜୀବନ କିପରି ହେବ? ଏହା କୌଣସି ଫିଲ୍ମି ସ୍ୱପ୍ନ ନୁହେଁ, ବରଂ ଚୀନ୍ ଦ୍ୱାରା ଏକ ନୂତନ ଗବେଷଣା। ବେଜିଂର ‘ବିଜୟ ଦିବସ’ରେ ରୁଷ ରାଷ୍ଟ୍ରପତି ପୁଟିନ୍ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଭାଇରାଲ ହେଉଛି । ଯେଉଁଥିରେ ମଣିଷର ଆୟୁଷ ୧୫୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାର ଫର୍ମୁଲା ଉପରେ ଆଲୋଚନା କରାଯାଉଛି।

କିନ୍ତୁ ବଡ଼ ପ୍ରଶ୍ନ ହେଉଛି, କ’ଣ ଜଣେ ମଣିଷକୁ ପ୍ରକୃତରେ ୧୫୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରଖାଯାଇପାରିବ? ପ୍ରକୃତରେ, ‘ବାୟୋ ଟେକ୍ନୋଲୋଜି ଏବଂ ମେଡ଼ିକାଲ ସାଇନ୍ସ’ରେ ଏପରି ଏକ୍ସପରିମେଣ୍ଟ କରାଯାଉଛି, ଯେଉଁଥିରେ ମଣିଷର ଅଙ୍ଗ ବଦଳାଇ ଶରୀରକୁ ପୁଣି ଯୁବା ବା ୟଙ୍ଗ କରିବାର ପ୍ରୟାସ କରାଯାଉଛି।

ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ, ‘ଅକ୍ସିଜେନ ଥେରାପି, କୋଷ ପୁନର୍ଜୀବନ, ​​ଜିନ୍ ଏଡିଟିଂ ଏବଂ ଅଙ୍ଗ ପ୍ରତିରୋପଣ’ ଭଳି କୌଶଳ ଦ୍ୱାରା ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ଧୀର କରାଯାଇପାରିବ। ନୂତନ ଗବେଷଣାରେ ଏହା ମଧ୍ୟ ଦାବି କରାଯାଉଛି ଯେ ‘ଟେଲୋମିୟର ଏକ୍ସଟେନସନ’ ଅର୍ଥାତ୍ କୋଷ ବିଭାଜନକୁ ଧୀର କରିବା ଏବଂ ‘କ୍ଲୋନିଂ ଟେକ୍ନୋଲୋଜି’ ମଣିଷକୁ ଯୁବା ବା ୟଙ୍ଗ ରଖିପାରେ ଏବଂ ଏବେ କେବେ ନ ମରିବାର ସମ୍ଭାବନା ଅର୍ଥାତ୍ ଅମର ରହିବାକୁ ନେଇ ମଧ୍ୟ ଅନୁସନ୍ଧାନ କରାଯାଉଛି। ବର୍ତ୍ତମାନ, ଏହା ଏକ ସ୍ୱପ୍ନ, ଏହାକୁ ବାସ୍ତବତାରେ ପରିଣତ କରିବାକୁ ସମୟ ଲାଗିବ।

ଦୀର୍ଘାୟୂ ଏବଂ ସୁସ୍ଥ ଜୀବନ ପାଇଁ ଶକ୍ତିଶାଳୀ ରୋଗ ପ୍ରତିରୋଧକ ଶକ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ, ଗିଲୋୟ ବା ଗୁଡ଼ୁଚି-ତୁଳସୀ କାଢା ପିଅନ୍ତୁ, ହଳଦୀ କ୍ଷୀର ପିଅନ୍ତୁ, ଋତୁକାଳୀନ ଫଳ ବା ସିଜନାଲ ଫଳ ଖାଆନ୍ତୁ ଏବଂ ବାଦାମ ଓ ଅଖରୋଟ ସେବନ କରନ୍ତୁ। ହାର୍ଟକୁ ସୁସ୍ଥ ରଖିବା ପାଇଁ ଲାଉ ସୁପ, ଲାଉ ସବ୍ଜି କିମ୍ବା ଲାଉ ଜୁସ ସେବନ କରନ୍ତୁ । ଥାଇରଏଡ୍ ନିୟନ୍ତ୍ରଣ କରିବା ପାଇଁ, ବ୍ୟାୟାମ କରନ୍ତୁ, ସକାଳେ ଆପଲ୍ ଭିନେଗାର ପିଅନ୍ତୁ, ରାତିରେ ହଳଦୀ କ୍ଷୀର ପିଅନ୍ତୁ, କିଛି ସମୟ ପାଇଁ ସୂର୍ଯ୍ୟକିରଣରେ ବସନ୍ତୁ ଏବଂ 7 ଘଣ୍ଟା ଶୋଇବା ନିଶ୍ଚିତ କରନ୍ତୁ।

SBI_Festive_Digital Billboard