ହାଇତିର ଐତିହାସିକ ଲାଫେରିୟର ଦୁର୍ଗରେ ଦଳାଚକଟା : ୩୦ ମୃତ

ନୂଆଦିଲ୍ଲୀ, ୧୨/୦୪ : ଉତ୍ତର ହାଇତିର ଲାଫେରିୟର ଦୁର୍ଗରେ ଶନିବାର ଦିନ ଏକ ବାର୍ଷିକ ଉତ୍ସବ ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ । ଭିଡ଼ ଯୋଗୁ ହୋଇଥିବା ଦଳାଚକଟାରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ କହିଛନ୍ତି । ରଏଟର୍ସ ରିପୋର୍ଟ କରିଛି ଯେ, ନର୍ଡ ବିଭାଗର ନାଗରିକ ସୁରକ୍ଷା ମୁଖ୍ୟ ଜିନ୍ ହେନରି ପେଟିଟ୍‌ଙ୍କ ଅନୁଯାୟୀ, ଏହି ଘଟଣା ୧୯ ଶତାବ୍ଦୀର ଦୁର୍ଗର ପ୍ରବେଶ ପଥ ନିକଟରେ ଘଟିଥିଲା । ହାଇତି ଫ୍ରାନ୍ସଠାରୁ ସ୍ୱାଧୀନତା ପାଇବା ପରେ ଏହି ଦୁର୍ଗ ନିର୍ମିତ ହୋଇଥିଲା।