ଆସନ୍ତାକାଲି ଠାରୁ ଟିଭିରେ ପାଠ ପଢ଼ିବେ +୨ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୬/୯ : କରୋନା ପାଇଁ ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତେବେ ଏହି ସମୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୭ ତାରିଖ (ଆସନ୍ତାକାଲି) ଠାରୁ ଦୂରଦର୍ଶନରେ ପାଠପଢାଯିବ। ଏନେଇ ଗତକାଲି ଘୋଷଣା କରିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଦୂରଦର୍ଶନରେ ସୋମବାରରୁ ଶୁକ୍ରବାର ଯାଏଁ ପାଠପଢା ପ୍ରସାରଣ କରାଯିବ। ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ୧୧ଟା ଯାଏଁ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ଦୂରଦର୍ଶନରେ ପ୍ରସାରଣ ହେବ। ଛାତ୍ରଛାତ୍ରୀ ସହଜରେ ଘରେ ବସି ପାଠପଢିପାରିବେ ବୋଲି ସେ କହିଛନ୍ତି।