ପୁରୀ: କରୋନା ସଂକ୍ରମଣ ଯେତିକି ଭୟାନକ ହେଉଛି ମୃତ୍ୟୁ ହାରବି ସେତିକି ଭୟବିତ୍ତ କରୁଛି । ଗତ ୨୪ ଘଣ୍ଟା ରାଜ୍ୟରେ ୩୦ଟି ଜିଲ୍ଲାରୁ ୮ ହଜାର ୯୧୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଇଛି। ସପ୍ତାହାନ୍ତ ସଟ୍ଡାଉନ୍ ଚାଲିଥିବା ବେଳେ ମନ୍ଦିରକୁ ସାନିଟାଇଜ କରାଯାଉଛି ।
ଅଗ୍ନିଶମବାହିନୀ ପୌରସଂସ୍ଥା ଓ ଜିଲ୍ଲା ପ୍ରଶାସନ ଦ୍ବାରା ଶ୍ରୀମନ୍ଦିରର ଚାରି ଦ୍ବାର, ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ଼ ଓ ଅନ୍ୟାନ୍ୟ ସବୁ ସ୍ଥାନକୁ ବିଶୋଧନ କରାଯାଉଛି। ପିପିଇ କିଟ୍ ପିନ୍ଧି ଅଗ୍ନିଶମ କର୍ମଚାରୀ ସାନିଟାଇଜ କରୁଥିବା ନଜର ଆସିଛନ୍ତି ।