ବିଧାନସଭାରେ କୃଷି ଆଇନର କପି ଚିରିଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ, ୧୭/୧୨ : ଦିଲ୍ଲୀ ବିଧାନସଭାରେ ନୂଆ କୃଷି ଆଇନକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ଏହା ସହିତ ସେ ବିଧାନସଭା ମଧ୍ୟରେ ନୂଆ କୃଷି ଆଇନର କପିକୁ ଚିରି ଦେଇଛନ୍ତି ।

ସେ କହିଛନ୍ତି, ସରକାର ଆଉ କେତେ ଜୀବନ ନେବେ? ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନରେ ଏପର୍ଯ୍ୟନ୍ତ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଚାଷୀଙ୍କ ଜୀବନ ଯାଇସାରିଲାଣି । ପ୍ରତ୍ୟେକ ଚାଷୀ ଜଣେ ଜଣେ ଭଗତ ସିଂ ଭାବେ ଆନ୍ଦୋଳନ ଜାରି ରଖିଛନ୍ତି । କେଜରିଓ୍ବାଲ କହିଛନ୍ତି ଇଂରେଜମାନଙ୍କ ଠାରୁ ଆହୁରି କୃର ନହୁଅନ୍ତୁ କେନ୍ଦ୍ର ସରକାର ।