ଭୁବନେଶ୍ୱର, ୨୨/୧୨ : କୋରାପୁଟକୁ ୫୪୫ କୋଟିର ଭେଟି । ପରବର ଚତୁର୍ଥ ସନ୍ଧ୍ୟାରେ ଯୋଗଦେଇ କୋରାପୁଟ ଜିଲ୍ଲାବାସୀଙ୍କୁ ଉପହାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଜିଲ୍ଲା ପାଇଁ ୫୪୫ କୋଟିରେ ୮୬ଟି ପ୍ରକଳ୍ପ ରହିଛି । ୫୨୧ କୋଟି ଟଙ୍କାର ୭୦ଟି ପ୍ରକଳ୍ପ ପାଇଁ ସେ ଭିତ୍ତିପ୍ରସ୍ତର ଦେଇଛନ୍ତି । ୨୪କୋଟିର ୧୬ଟି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋରାପୁଟ କେବଳ ଓଡିଶା ନୁହେଁ ବର୍ତ୍ତମାନ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲାଣି । ଏଠାକାର କଫି, ମାଣ୍ଡିଆ, କଳାଜିରା ଧାନ ଓ କୋଟପାଡ଼ ମିରିଗlନି ଶାଢ଼ୀ ବିଶ୍ୱ ସ୍ତରରେ ତାର ବିଶେଷତ୍ୱ ତିଆରି କରିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି କୋରାପଟ ମାଟି ସମାଜରେ ଶାନ୍ତି , ସରଳତା ଓ ଭଲ ପାଇବାର ମହକ ବାଣ୍ଟିଥାଏ ।
