ରଙ୍ଗେଇଲୁଣ୍ଡାରୁ ବିମାନ ଉଡାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,୫/୩ : ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରୁ ଉଡ଼ିଲା ବିମାନ। ବିମାନସେବା ଉଡାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଙ୍ଗେଇଲୁଣ୍ଡାରୁ ୯ ସିଟ୍ ବିଶିଷ୍ଟ ବିମାନ ଉଡ଼ାଣ ଭରିଛି । ଆଜି ଦିନ ୧୦ଟା ୪୪ ମିନିଟରେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରେ ପହଂଚିଥିଲା ବିମାନ। ଏହା ପରେ ୧୧. ୧୧ରେ ସେଠାରୁ ଭୁବନେଶ୍ବର ଅଭିମୁଖେ ଯାଇଥିଲେ ୪ ଯାତ୍ରୀ।

ତେବେ ସପ୍ତାହକୁ ଦୁଇ ଥର ଭୁବନେଶ୍ୱରକୁ ରଙ୍ଗେଇଲୁଣ୍ଡା ଚଳାଚଳ କରିବ ବିମାନ । ରାଜଧାନୀକୁ ସଂଯୋଗ ପାଇଁ ଭୁବନେଶ୍ୱର-ରଙ୍ଗେଇଲୁଣ୍ଡା ବିମାନ ସେ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଗଣିତ ହେଉଥିବା ବେଳେ ଏହାର ଜନସଂଖ୍ୟା ଓ ଶିଳ୍ପ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟିଛି।

ବିମାନ ଚଳାଚଳ ଦ୍ୱାରା ଉଦ୍ୟୋଗ ଏବଂ ପର୍ୟ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ। ରଙ୍ଗେଇଲୁଣ୍ଡାକୁ ବିମାନ ଚଳାଚଳ ପାଇଁ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ଲୋକଙ୍କ ଚାହିଦା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ଏୟାରଷ୍ଟ୍ରିପର ଭୂତ୍ତିଭୂମି ବଢାଇବା ସହ ସହ ଅଧିକ ବିମାନ ଚଳାଚଳ ନେଇ ନିଷ୍ପତ୍ତି ନିଆଯିବ।

SBI AD