ନୂଆଦିଲ୍ଲୀ, ୨୬/୦୨ : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଣକ୍ୟପୁରୀ ସ୍ଥିତ କୌଟିଲ୍ୟ ମାର୍ଗରେ ନିର୍ମାଣ ହେବାକୁ ଥିବା ଓଡ଼ିଶା ଭବନ କୋଠା ପାଇଁ ଶିଳାନ୍ୟାସ ଓ ଭୂମି ପୂଜନ କରିଛନ୍ତି । ୭ ମହଲା ବିଶିଷ୍ଟ କୋଠା ୯୩ କୋଟି ୨୭ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଶିଳାନ୍ୟାସ ଅବସରରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଏବଂ ସାଂସଦ ପ୍ରଦୀପ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାୟ ୪୩ ଏକର ଜମିରେ ଓଡ଼ିଶା ଅସ୍ମିତା, ସଂସ୍କୃତି କଳା ଏବଂ ପରମ୍ପରା ସହ ଆଧୁନିକ ଶୈଳୀରେ ଭବନ ନିର୍ମାଣ କରାଯିବ । ୭ ମହଲା ବିଶିଷ୍ଟ ଏହି କୋଠାରେ ୪୫ଟି କୋଠରୀ ରହିବ । ଯେଉଁଥିରେ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ରହିବ । ପାର୍କିଂ ପାଇଁ ୩ଟି ବେସ୍ମେଣ୍ଟ ରହିବ । ଯେଉଁଥିରେ ଏକକାଳୀନ ୪୦ଟି ଗାଡି ପାର୍କ ହୋଇପାରିବ । ପ୍ରଥମ ମହଲାରେ କଳା ପ୍ରଦର୍ଶନ କରାଯିବ ଓ ୨ ମହଲାରେ ସମ୍ମିଳନୀ କକ୍ଷ ରହିବ । ଏଥିରେ ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ଅତିଥି ବସିବାର ବ୍ୟବସ୍ଥା ରହିବ ।