ଆଜିଠୁ ୨ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର, ୧୦/୦୪ : ଆଜିଠୁ ୨ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଦିନ ୧୦ଟା ସମୟରେ ହ୍ୟାଣ୍ଡବଲ ଷ୍ଟାଡିୟମ ଯାଇ ସେଠାରେ ଚାଲିଥିବା ୩୯ ତମ ସବ୍ ଜୁନିୟର ବଏଜ ହ୍ୟାଣ୍ଡବଲ ଚମ୍ପିୟାନସିପ ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I ଏହାପରେ ୧୦.୪୦ ମିନିଟ ସମୟରେ କାଳୀ ପଡିଆ ଠାରେ ଆୟୋଜିତ ରାଜ୍ୟ ସନାତନ ଧର୍ମ ସମ୍ମିଳନୀ ଏବଂ ୧୧୪ କୁଣ୍ଡୀୟ ତ୍ରିଦିନାତ୍ମକ ବିଶ୍ୱଶାନ୍ତି ତ୍ରୀଶକ୍ତି ମହାଯଜ୍ଞ ରେ ଯୋଗ ଦେବେ । ୧୧ଟା ୫ ମିନିଟ ସମୟରେ ବୀରକିଶୋରପୁର ସ୍ଥିତ ମଣ୍ଡଳପାଟ ନୋଡାଲ ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ରେ ଯୋଗ ଦେବେ । ଅପରାହ୍ନ ୪ ଟା ସମୟରେ ଝୁମ୍ପୁରା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୭ ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ । ଏହା ପରେ ସେଠାରୁ ଯାଇ ସଂଧ୍ୟା ୬.୩୦ ମିନିଟ ସମୟରେ ମରସୁଆଁ ଗ୍ରାମ ପଞ୍ଚାୟତ ଖେଳ ପଡିଆ ଠାରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଯୋଗ ଦେବେ । ଶୁକ୍ରବାର ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.