୨୬ରୁ ରାଜଧାନୀରେ ଆଦିବାସୀ ମେଳା

ଭୁବନେଶ୍ଵର, ୧୪/୧ : ଜାନୁଆରୀ ୨୬ ତାରିଖରୁ ରାଜଧାନୀରେ ଆଦିବାସୀ ମେଳା ଅନୁଷ୍ଠିତ ହେବ । ଏଥିଲାଗି ଆଦିବାସୀ ପଡିଆରେ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ଜାନୁଆରୀ ୨୬ ତାରିଖରୁ ମେଳା ଆରମ୍ଭ ହୋଇ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଅପରାହ୍ନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହା ସର୍ବସାଧାରଣଙ୍କ ଲାଗି ଖୋଲା ରହିବ । ୨୬ ତାରିଖ ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଳାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଅନେକ ଜାତି, ଜନଜାତିର ଲୋକ ଏଥିରେ ଅଂଶଗ୍ରହଣ କରିବେ । ମେଳାରେ ଆଦିବାସୀ ସଂପ୍ରଦାୟର ଘରକରଣା ଜିନିଷ , ଖାଦ୍ୟପେୟ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦେଖିବାକୁ ମିଳିବ । ଆଦିବାସୀମାନଙ୍କର ହସ୍ତଶିଳ୍ପ, କଳାକୃତି, ଏବଂ ଜୀବନଯାପନ ଶୈଳୀକୁ ରାଜ୍ୟବାସୀଙ୍କ ସହ ପରିଚିତ କରାଇବା ଏହି ମେଳା ଆୟୋଜନର ମୁଖ୍ୟ ଲକ୍ଷ୍ୟ ରହିଛି।

SBI_Festive_Digital Billboard