ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୭/୪: ପିପିଲି ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ଖୋଦ୍ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିରୁ ପ୍ରାର୍ଥୀ ହୋଇଥିବା ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ । ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ପ୍ରଚାର କରିବେ ବୋଲି ବିଜେଡି ବିଧାୟକ ଉମା ସାମନ୍ତରାୟ ସୂଚନା ଦେଇଛନ୍ତି । ପ୍ରତି ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ପ୍ରଚାର କରାଯିବ । କର୍ମୀ ଏକାଠି ହେବା ସ୍ଥାନରେ ଏଲଇଡି ଲାଗିବ । ୩୫ ହଜାର ଭୋଟ୍ ରେ ଜିତିବା ନେଇ ଯୋଜନା ରଖିଛି ଦଳ । ଆସନ୍ତା ୧୭ ତାରିଖରେ ଭୋଟ୍ ହେବ । ମେ’ ୨ ତାରିଖରେ ଉପନିର୍ବାଚନ ଫଳାଫଳ ଘୋଷଣା ହେବ ।