ଋଷଭ ପନ୍ତଙ୍କ ଜୀବନ ବଞ୍ଚାଇଥିବା ୪ଜଣଙ୍କୁ ସମ୍ମାନିତ କଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୭/୧: ଗତ ଡିସେମ୍ବର ୩୦ତାରିଖ ରାତିରେ ମା’ଙ୍କୁ ସରପ୍ରାଇଜ ଦେବାକୁ ଘରକୁ ଯାଉଥିବା ବେଳେ ଋଷଭ ପନ୍ତଙ୍କ ଗାଡି ଦୁର୍ଘଟଣାଗସ୍ତ ହୋଇଥିଲା । ଆଉ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଋଷଭ । ଆହତ ଅବସ୍ଥାରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ପନ୍ତ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଚଳିତ ମାସରେ କୋକିଲାବେନ ହସ୍ପିଟାଲରେ ପନ୍ତଙ୍କ ଅସ୍ତ୍ରୋପଚାର ହୋଇଛି। ଏହି କ୍ରମରେ ଦୁର୍ଘଟଟଣା ସ୍ଥଳରେ ଋଷଭଙ୍କ ପାଖରେ ଦେବଦୂତ ସାଜି ପହଞ୍ଚିଥିଲେ ବସ ଚାଳକ ସୁଶୀଳ କୁମାର ଓ ବସ କଣ୍ଡକ୍ଟର ପରମଜିତ । ଦୁହେଁ ଉଚିତ ସମୟରେ ଋଷଭଙ୍କ ପାଖରେ ପହଞ୍ଚିଥିବାରୁ ଖେଳାଳିଙ୍କ ଜୀବନ ବଞ୍ଚି ଯାଇଥିଲା।

ତେବେ ଏଭଳି ଏକ ଉଚ୍ଚକୋଟିର କାମ କରିଥିବାରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ବସ ଚାଳକ ସୁଶୀଳ କୁମାର ଓ ବସ କଣ୍ଡକ୍ଟର ପରମଜିତଙ୍କୁ ସମ୍ମାନିତ କରିଛନ୍ତି। ଏହି ସମ୍ମାନ ସୁଶୀଳଙ୍କ ସ୍ତ୍ରୀ ରୀତୁ ଓ ପରମଜିତଙ୍କ ବାପା ସୁରେଶ କୁମାର ଗ୍ରହଣ କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ରଜତ କୁମାର ଓ ନିସୁ କୁମାରଙ୍କୁ ମଧ୍ୟ ସମ୍ମାନିତ କରିଥିଲେ। ଏଦୁହେଁ ଋଷଭଙ୍କ ଦୁର୍ଘଟଣାଗ୍ରସ୍ତ ଜଳନ୍ତା ଗାଡ଼ି ଭିତରୁ ଜରୁରୀ ସାମଗ୍ରୀ ଓ ଟଙ୍କା ବାହାର କରି ସୁରକ୍ଷିତ ଭାବେ ପୁଲିସକୁ ଦେଇ ଥିଲେ।