ଆଜି କୋଭିଡ଼ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭/୧୨ : ରାଜ୍ୟରେ କୋଭିଡ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନ ୪.୩୦ ରେ କୋଭିଡ ସ୍ଥିତି ସମୀକ୍ଷା ବୈଠକ ହେବ। ଏଥିରେ ସ୍ବାସ୍ଥ୍ୟ ମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବଙ୍କ ସହ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଉପସ୍ଥିତ ରହିବେ ।

ଏହି ବୈଠକରେ ସମସ୍ତ ସିଡିଏମଓ ଏବଂ ମେଡିକାଲ କର୍ତ୍ତୃପକ୍ଷ ରହିବେ । ସମ୍ଭାବ୍ୟ କୋଭିଡ ମୁକାବିଲା ରଣନୀତି ନେଇ ବୈଠକରେ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ନେଇ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ସେପଟେ କୋଭିଡ ମୁକାବିଲା ପ୍ରସ୍ତୁତି ନେଇ ମକ୍ ଡ୍ରିଲ ହୋଇଛି। ସବୁ ସିଡିଏମ୍ଓଙ୍କ ସହ ଆଲୋଚନା ହୋଇଛି । ମାନବସମ୍ବଳ ପ୍ରସ୍ତୁତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

SBI AD