ନୂଆଦିଲ୍ଲୀ,୧୨/୨: ଆଜି ଦେଶର ପ୍ରଥମ ସିଏନଜି ଟ୍ରାକ୍ଟର ବଜାରକୁ ପ୍ରବେଶ କରିବ । ଏହାର ଶୁଭାରମ୍ଭ କରିବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଇନ୍ଧନ ବାବଦକୁ ସିଏନଜି ଟ୍ରାକ୍ଟରରେ ବର୍ଷକୁ ଲକ୍ଷେ ଟଙ୍କା କମ୍ କରିହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପରିବହନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ‘ସିଏନଜିରେ ପରିବର୍ତ୍ତିତ ଭାରତର ପ୍ରଥମ ଡିଜେଲ୍ ଟ୍ରାକ୍ଟର, ।
ରାଭମ୍ୟାଟ ଟେକ୍ନୋ ସଲ୍ୟୁସନ୍ ଏବଂ ଟାମାସେଟୋ ଏଶିଲ ଇଣ୍ଡିଆ ଦ୍ବାରା ମିଳିତ ଭାବେ ପରିବର୍ତ୍ତିତ ଓ ବିକଶିତ ଏହି ଟ୍ରାକ୍ଟର କୃଷକଙ୍କ ପାଇଁ ଉପଯୋଗୀ ହେବ। ବିଶେଷ କରି ଗାଁ ଅଞ୍ଚଳର ଚାଷୀଙ୍କ ଖର୍ଚ୍ଚ କମ୍ ହେବ ବୋଲି କୁହାଯାଇଛି। ଏହି ଟ୍ରାକ୍ଟରର ବଜାର ପ୍ରବେଶ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନରେନ୍ଦ୍ର ସିଂହ ତୋମାର, ପରୁଷୋତ୍ତମ ରୁପାଲା ଏବଂ ବିକେ ସିଂହ ମଧ୍ୟ ଉପସ୍ଥିତି ରହିବେ।
ଟ୍ରାକ୍ଟରରେ ଲାଗିଥିବା ସିଏନଜି ଟ୍ୟାଙ୍କ ଭଲ ଭାବେ ସିଲ୍ କରାଯାଇଛି। ଫଳରେ ଇନ୍ଧନ ଭରିବା ସମୟରେ ବା ଇନ୍ଧନ ପଡ଼ିଗଲେ ବିସ୍ଫୋରଣ ହେବାର ଭୟ କମ ରହିବ। ଏହାର ଭବିଷ୍ୟତ ରହିଛି। ଡିଜେଲ ତୁଳନାରେ ସିଏନଜି ବ୍ୟବହାର ଦ୍ବାରା ୭୦ ପ୍ରତିଶତ କମ କାର୍ବନ ନିର୍ଗତ ହୋଇଥାଲ। ଏଥିରେ କୃଷକଙ୍କୁ ଇନ୍ଧନ ପାଇଁ ୫୦ ପ୍ରତିଶତ ଅର୍ଥ କମ ପଡ଼ିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।