ରାଜ୍ୟରେ ଶୀତର ପ୍ରକୋପ ଆରମ୍ଭ

ଭୁବନେଶ୍ୱର: ଧିରେ ଧିରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ରାଜ୍ୟର ୬ଟି ସହରରର ରାତ୍ରି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ୯.୫ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠାରୁ ଥଣ୍ଡା ସହର ହୋଇଛି ।

ସେହିପରି କୋରାପୁଟରେ ୧୨.୨, ଫୁଲବାଣୀରେ ୧୨.୬, କେନ୍ଦୁଝରରେ ୧୪.୨ ଡିଗ୍ରୀ, ଟିଟିଲାଗଡ଼ରେ ୧୪.୩, ଝାରସୁଗୁଡ଼ାରେ ରାତ୍ରି ତାପମାତ୍ରା ୧୪.୬ ଡିଗ୍ରୀ ରେକର୍ଡ କରାଯାଇଛି । ଏହା ସହିତ ଭୁବନେଶ୍ୱରରେ ୧୭ ଓ କଟକର ରାତ୍ରି ତାପମାତ୍ରା ୧୮ ଡିଗ୍ରୀ ରେକର୍ଡ କରାଯାଇଛି ।