ଭୁବନେଶ୍ୱର,୧୨/୩ : ହିନ୍ଦୁ ଧର୍ମରେ ହୋଲିକୁ ଏକତା ଓ ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ ବୋଲି ମଧ୍ୟ କୁହାଯାଏ । ତେବେ ଏହି ଦିନ ରଙ୍ଗ ଖେଳି ଲୋକେ ପରସ୍ପର ମଧ୍ୟରେ ଥିବା ମନୋମାଳିନ୍ୟକୁ ଦୂର କରି ଥାନ୍ତି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହୋଲିରେ ରାଶି ଅନୁଯାୟୀ ରଙ୍ଗ ବ୍ୟବହାର କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବା ସହ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଓ ଧନ ପ୍ରାପ୍ତି ହେବ।
ମେଷ : ଏହି ରାଶି ବ୍ୟକ୍ତି ବିଶେଷ ଲାଲ୍, ହଳଦିଆ, ଗୋଲାପି, କେସର ରଙ୍ଗ ବ୍ୟବହାର କଲେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ।
ବୃଷ : ଏହି ରାଶିର ବ୍ୟକ୍ତି ବିଶେଷ ଧଳା ରଙ୍ଗ ବ୍ୟବହାର କରିବା ଉଚିିତ୍।
ମିଥୁନ : ଏହି ରାଶିର ବ୍ୟକ୍ତି ବିଶେଷ ସବୁଜ ରଙ୍ଗର ବ୍ୟବହାର କରିବା ଉଚିିତ୍।
କର୍କଟ : ଏହି ରାଶିର ବ୍ୟକ୍ତି ବିଶେଷ ଧଳା ରଙ୍ଗ ବ୍ୟବହାର କରିବା ଉଚିିତ୍ ।
ସିଂହ : ଏହି ରାଶିର ବ୍ୟକ୍ତି ବିଶେଷ ଲାଲ୍ ରଙ୍ଗରେ ହୋଲି ଖେଳିଲେ ଜୀବନରେ ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ ।
କନ୍ୟା : ଏହି ରାଶିର ବ୍ୟକ୍ତି ବିଶେଷ ସବୁଜ ରଙ୍ଗର ବ୍ୟବହାର କରିବା ଉଚିତ୍ ।
ତୁଳା : ଏହି ରାଶିର ବ୍ୟକ୍ତି ବିଶେଷ ଧଳା ରଙ୍ଗ ବ୍ୟବହାର କରିବା ଉଚିିତ୍ ।
ବିଛା : ଏହି ରାଶିର ବ୍ୟକ୍ତି ବିଶେଷ ସିନ୍ଦୁର ରଙ୍ଗର ବ୍ୟବହାର କରିବା ଉଚିିତ୍ ।
ଧନୁ : ଏହି ରାଶିର ବ୍ୟକ୍ତି ବିଶେଷ ହଳଦିଆ ରଙ୍ଗରେ ହୋଲି ଖେଳିବା ଅତ୍ୟନ୍ତ ଶୁଭଙ୍କର ।
ମକର : ଏହି ରାଶିର ବ୍ୟକ୍ତି ବିଶେଷ ନୀଳ ରଙ୍ଗରେ ହୋଲି ଖେଳିବା ଶୁଭଙ୍କର । ଏହା ଦ୍ୱାରା ସମ୍ପର୍କରେ ମଧୁରତା ଓ ବିଶ୍ୱାସ ମଜଭୁତ ହୋଇଥାଏ ।
କୁମ୍ଭ : ଏହି ରାଶିର ବ୍ୟକ୍ତି ବିଶେଷ ସବୁଜ ରଙ୍ଗର ବ୍ୟବହାର କରିବା ଶୁଭଙ୍କର ।
ମୀନ : ଏହି ରାଶିର ବ୍ୟକ୍ତି ବିଶେଷ ହଳଦିଆ ରଙ୍ଗର ବ୍ୟବହାର କରିବା ଦ୍ୱାରା ସଫଳତା ମିଳିଥାଏ ।