ସେପ୍ଟେମ୍ବର ୧୨ରେ ରିଲିଜ୍‌ ହେବ ଫିଲ୍ମ ହୀର ଏକ୍ସପ୍ରେସ

ନୂଆଦିଲ୍ଲୀ, ୦୭/୦୮: ଫିଲ୍ମ ହୀର ଏକ୍ସପ୍ରେସ ସେପ୍ଟେମ୍ବର ୧୨ରେ ରିଲିଜ୍‌ ହେବ । ଏହି ଚଳଚିତ୍ରରେ ଦିଭିତା ଜୁନେଜା ଡେବ୍ୟୁ କରିଛନ୍ତି । ଏଥିରେ ଦିଭିତାଙ୍କ ବିପକ୍ଷରେ ପ୍ରୀତ କମଲ୍‌ ଅଭିନୟ କରିଛନ୍ତି । ହୀର ଏକ୍ସପ୍ରେସ ଏକ ପାରିବାରିକ ସିନେମା । ଏଥିରେ ଇମୋସନ, ସମ୍ପର୍କ ଏବଂ ମନଛୁଆଁ ସଙ୍ଗୀତର ମିଶ୍ରଣ ଦର୍ଶକ ପାଇବେ । ଆଶୁତୋଷ ରାଣା, ଗୁଲସନ ଗ୍ରୋଭର, ସଞ୍ଜୟ ମିଶ୍ରା, ମେଘନା ମଲ୍ଲିକଙ୍କ ଭଳି ପ୍ରତିଷ୍ଠିତ କଳାକାର ଏଥିରେ ପ୍ରମୁଖ ଭୁମିକାରେ ନଜର ଆସିବେ । ଏହି ଚଳଚିତ୍ରର ଭେ ରାଞ୍ଝଣା ଏବଂ ଡୋରେ, ଡୋରେ ଦିଲ୍‌ପେ ତେରେ ଭଳି ଗୀତ ଗୁଡ଼ିକ ଏବେ ଅନ୍‌ଲାଇନରେ ଟ୍ରେଣ୍ଡ୍‌ କରୁଛି । ସୋସିଆଲ ମିଡିଆରେ ଏଥିରେ ହଜାର ହଜାର ସଂଖ୍ୟାରେ ରିଲ୍‌ସ ହେଉଛି । ସିନେମାଟି ଲଣ୍ଡନରେ ସୁଟିଂ ହୋଇଛି । ଏଥିରେ ମୋଟ ୬ଟି ଗୀତ ରହିଛି । ସିନେମାର ପ୍ରଯୋଜନାରେ ମେରି ଗୋ ରାଉଣ୍ଡ ଷ୍ଟୁଡିଓଜ ପ୍ରଡକ୍ସନ ଏବଂ କ୍ରିଏଟିଭ ଷ୍ଟ୍ରୋକ ଗ୍ରୁପ ରହିଛନ୍ତି ।

SBI_Festive_Digital Billboard