ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ଘରେ ପହଞ୍ଚିବ ଚାଲାଣ : ପୁଲିସ୍‌ କମିସନର

ଭୁବନେଶ୍ବର,୧୭ /୨: ପୁଲିସ୍‌ କମିସନର ଡ.ସୁଧାଂଶୁ ଷଢ଼ଙ୍ଗୀ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନେ ଭାବୁଛନ୍ତି କି ପୁଲିସ ସେମାନଙ୍କୁ ଦେଖିପାରୁ ନାହିଁ। ମାତ୍ର ସେମାନଙ୍କୁ ଜଗିଛି ପ୍ରତି ଟ୍ରାଫିକ ପୋଷ୍ଟରେ ଲାଗିଥିବା କ୍ୟାମେରା। ଏହି କ୍ୟାମେରା ରେକର୍ଡ କରୁଛି ଅମାନିଆ ଚାଳକଙ୍କ ଭୁଲତ୍ରୁଟି। ଏହାକୁ ଆଧାର କରି ଆଇନ ଉଲ୍ଲଂଘନକାରୀଙ୍କ ଘରକୁ ପଠାଯାଉଛି ଚାଲାଣ।

ସେ କହିଛନ୍ତି କି ‘ସିସିଟିଭି ଦେଖି ପ୍ରତ୍ୟେକ ଦିନ ୩୫୦ଟି ଚାଲାଣ କଟା ଯାଉଛି। ଆଗାମୀ ଦୁଇରୁ ତିନି ମାସ ଭିତରେ ଏ ସଂଖ୍ୟା ଆହୁରି ବଢ଼ିବ। ଯେବେଠୁ ଟ୍ରାଫିକ ନିୟମକୁ କଡ଼ାକଡ଼ି କରାଯାଇ ଜରିମାନା ଆଦାୟ କରାଯାଉଛି ପାଖାପାଖି ଏହି ଏକ ବର୍ଷ ମଧ୍ୟରେ କଟକ ଭୁବନେଶ୍ୱରରୁ ୨୫ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି। ଆପଣ ଭାବନ୍ତୁନି ଟ୍ରାଫିକ ନିୟମ ଉଲଂଘନ କରି ଆପଣ ବଞ୍ଚିଯିବେ। କେବେ ନା କେବେ ଆପଣ ଘରେ ପହଞ୍ଚିବ ଚାଲାଣ ।