ଭୁବନେଶ୍ୱର,୨୩ /୫: ଏକବିଂଶ ଶତାବ୍ଦୀରେ କମ୍ପୁଟର ଶିକ୍ଷ୍ୟା ଏକ ଗୁରୁତ୍ୱପୂର୍ଣ ଅଂଶ ହୋଇଥିବାରୁ ରାଜ୍ୟ ସରକାର ପ୍ରଶାସନିକ କ୍ଷେତ୍ରରେ ଏହାର ବ୍ୟବହାର ଉପରେ ଜୋର ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶା ପ୍ରଶାସନରେ ନିଯୁକ୍ତି କ୍ଷେତ୍ରରେ କମ୍ପୁଟର ଏକ ବାଧ୍ୟତାମୂଳକ ବିଷୟ ଭାବରେ ପରିଗଣିତ ହେଉଛି । ସୂଚନାଯୋଗ୍ୟ ରାଜ୍ୟ ସରକାରଙ୍କର ଏକ ନିଷ୍ପତି ବଳରେ କେତକ ଅନୁମୋଦିତ କମ୍ପୁଟର ପାଠ୍ୟକ୍ରମକୁ ନିଯୁକ୍ତି ପାଇଁ ସ୍ୱୀକୃତି ଦିଆଯାଇଛି । ଏଥିପାଇଁ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଏଆଇସିଟିଇ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଡ଼ିସିଏ କିମ୍ବା ପିଜିଡ଼ିସିଏ,ଏନଆଇଇଏଲଇଟି ଦ୍ୱାରା ପ୍ରଦତ୍ତ ‘ଓ’ ଲେବଲ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଓଏସ- ସିଆଇଟି ପାଠ୍ୟକ୍ରମକୁ ଗ୍ରହଣ କରାଯିବ l