ଦିଲ୍ଲୀ,୧୭/୧୧ : ବିଶ୍ୱର ଏକ ମାତ୍ର ଧଳା ଜିରାଫ ପାଇଁ ଚିନ୍ତିତ କେନିୟା ସରକାର । ଆଫ୍ରିକାର କେନିୟା ଜଙ୍ଗଲରେ ରହୁଥିବା ଏହି ଧଳା ଜିରାଫର ସୁରକ୍ଷା ଓ ନଜର ରଖିବାକୁ ସରକାର ଜିପିଏସ ଡିଭାଇସ୍ ଲଗାଇଛନ୍ତି । ତେବେ ସବୁଠାରୁ ଦୁଖଃର କଥା ଏହା ଯେ ଏହି ଜିରାଫର ଏବେ ସୁଦ୍ଧା ନାମକରଣ ହୋଇ ନାହିଁ । ଏହା ହେଉଛି ଏକମାତ୍ର ପୁରୁଷ ଧଳା ଜିରାଫ । ଏହାର କୌଣସି ସାଥୀ ନଥିବାରୁ ଏହା ନିସଙ୍ଗ ଜୀବନ ଅତିବାହିତ କରୁଛି ।
କିଛିଦିନ ତଳେ ମାଇ ଜିରାଫ ଓ ଏକ ଶିଶୁକୁ ଶିକାରୀ ମାନେ ମାରି ଦେଇଥିଲେ । ଏହା ପରଠୁ ପୁରୁଷ ଜିରାଫ ଏକା ହୋଇ ଯାଇଥିବା ଇସକବିନି ବନ ଅଧିକାରୀ ସୂଚନା ଦେଇଛନ୍ତି । ଜିରାଫଟି ଧଳା ହେବାର କାରଣ ହେଉଛି ଏକ ସ୍ଵତନ୍ତ୍ର ଜିନ । ଏହି ଜିନକୁ ଲେଉସିଜିମ କୁହାଯାଏ । ତେଣୁ ଏହି ବିରଳ ଜିରାଫ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ଅଛି କ୍ଷ ଜିପିଏସ ଲଗାଇବା ଦ୍ଵାରା ଧଳା ଜିରାଫର ସମସ୍ତ ଗତିବିଧି ଉପରେ ନଜର ରଖି ହେବ । ତେବେ କେନିୟା ବନ ବିଭାଗର ଏହି ଉଦ୍ୟମକୁ ସମସ୍ତେ ପ୍ରଶଂସା କରୁଛନ୍ତି ।।