ଏପ୍ରିଲ୍ ୧୪ରେ ବଲିଉଡ୍‌ର କ୍ୟୁଟ୍ କପଲ୍ ଆଲିଆ – ରଣବୀର ବିବାହ

ମୁମ୍ବାଇ : ରଣବୀର କପରୁ ଓ ଆଲିଆ ଭଟ୍ଟଙ୍କ ବିବାହ ଖବର ନେଇ ଚର୍ଚ୍ଚା ଲାଗି ରହିଛି। ଏହି ଦୁଇ ଷ୍ଟାର କେବେ ବିବାହ ବନ୍ଧନରେ ବାନ୍ଧି ହେବେ ସେ ନେଇ ବିଭିନ୍ନ ସମୟରେ ଆନୁମାନିକ ଖବର ପ୍ରକାଶ ପାଉଥିଲା। ହେଲେ ଏବେ ଦୁହିଁଙ୍କ ବିବାହ ତାରିଖର ଉପରୁ ପରଦା ହଟାଇଛନ୍ତି ଆଲିଆଙ୍କ କକା ରବୀନ ଭଟ୍ଟ। ଏପ୍ରିଲ୍ ୧୪ ତାରିଖରେ ଆଲିଆ ରଣବୀର ବିବାହ କରିବେ ବୋଲି ରବିନ ଭଟ୍ଟ ସୂଚନା ଦେଇଛନ୍ତି। ଏପ୍ରିଲ ୧୩ ତାରିଖରେ ଆଲିଆଙ୍କ ମେହେନ୍ଦୀ ଉତ୍ସବ ହେବ ବୋଲି ସୂଚନା ମିଳିଛି।

ନିଜ ଝିଆରୀଙ୍କ ବିବାହ ତାରିଖ ସମ୍ପର୍କରେ ସୂଚନା ଦେଇ ରବୀନ କହିଛନ୍ତି ଯେ ୪ ଦିନର ବାହାଘର କାର୍ଯ୍ୟକ୍ରମ ରହିବ। ଏପ୍ରିଲ ୧୩ରେ ମେହେନ୍ଦୀ ଉତ୍ସବ,୧୪ ବିବାହ ଓ ଆର୍‌କେ ବାନ୍ଦ୍ରାସ୍ଥିତ ଘର ବାସ୍ତୁରେ ବିବାହ ସମାରୋହରେ ଦୁହେଁ ଜୀବନ ସାଥି ଭାବେ ସପଥ ନେବେ ବୋଲି ରବୀନ ସୂଚନା ଦେଇଛନ୍ତି।

ଆଲିଆ ଓ ରଣବୀରଙ୍କ ବାହାଘରକୁ ଅତିଥିର ଲମ୍ବା ଲାଇନ୍ ଲାଗିପାରେ। ବଲିଉଡ୍‌ରେ ଅନେକ ବଡ଼ ଷ୍ଟାର କ୍ୟୁଟ୍ କପଲଙ୍କ ଘରକୁ ଆସିପାରନ୍ତି। ଅତିଥି ତାଲିକାରେ କରଣ ଜୋହର, ଶାହ ରୁଖ ଖାନ୍, ସଞ୍ଜୟ ଲୀଲା ଭନ୍‌ସାଲୀ, ଅକାଂକ୍ଷା ରଞ୍ଜନ, ଅନୁସ୍କା ରଞ୍ଜନ, ରୋହୀତ ଧୱନ, ବରୁଣ ଧୱନ, ଯୋୟା ଅଖତର ଏବଂ ଅନ୍ୟ ବଲିଉଡ୍ କଳାକାର ନାଁ ରହିଛି।