କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାରଙ୍କ ୬ ଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ୱର,୬/୧୦ : ପ୍ରଦେଶ କଂଗ୍ରେସ ରାଜ୍ୟ ପ୍ରଭାରୀ ସାଂସଦ ଏ.ଚେଲ୍ଲାକୁମାର ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ। ଭୁବନେଶ୍ବରରେ ରହଣି ସମୟରେ ସେ ଦଳର ବରିଷ୍ଠ ନେତା, ସଭାପତି, କଂଗ୍ରେସ ବିଧାୟକ ଦଳ ନେତା, ପୂର୍ବତନ ସଭାପତି, ମହିଳା କଂଗ୍ରେସ, କିଷାନ କଂଗ୍ରେସ ଓ ଛାମୁଆ ସଂଗଠନର ନେତାମାନଙ୍କ ସହ ଦଳର ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହାସହିତ ୧୦ ତାରିଖରେ ବାଲେଶ୍ବର ଗସ୍ତ କରି ଚାଷୀ ବଞ୍ଚାଅ ରାଲିରେ ଯୋଗଦେବା ସହ ବାଲେଶ୍ବର ସଦର ପାଇଁ ହେବାକୁ ଥିବା ଉପନିର୍ବାଚନ ବୈଠକରେ ଯୋଗଦେବେ। ଶ୍ରୀ ଚେଲ୍ଲାକୁମାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ନେଇ ପିସିସି ପକ୍ଷରୁ ସମୟସାରଣୀ ପ୍ରସ୍ତୁତ କରାଯାଇଛି।