ଦିଲ୍ଲୀର ବଙ୍ଗଳା ବଜାର ବୁଲିଲେ ରାହୁଲ : ତରଭୂଜ ସହ ଗୁପଚୁପ୍‌ର ଉଠାଇଲେ ମଜା

ମୁମ୍ଵାଇ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ହଠାତ୍ ବଙ୍ଗଳା ବଜାର ଏବଂ ପୁରୁଣା ଦିଲ୍ଲୀରେ ପହଞ୍ଚିଥିଲେ। ଦିଲ୍ଲୀର ଲୋକଙ୍କ ସହ କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳିଥିଲା। ସେଠାରେ ତରଭୁଜ ବ୍ୟତୀତ ଅନେକ ଖାଦ୍ୟ ଉପଭୋଗ କରିଥିଲେ । ବଙ୍ଗଳା ବଜାରରେ ଗୁପଚୁପ୍‌ ମଧ୍ୟ ଖାଇଥିଲେ । ରାହୁଲ ବଙ୍ଗଳା ବଜାରରେ ଅନେକ ଲୋକଙ୍କ ସହ ହାତ ମିଳାଇବା ସହ ସେଲଫି ମଧ୍ୟ ନେଇଥିଲେ । ବର୍ତ୍ତମାନ ରମଜାନର ମାସ ଚାଲିଛି । ପୁରୁଣା ଦିଲ୍ଲୀର ଅଞ୍ଚଳ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭିଡ ରହୁଛି। ରାହୁଲଙ୍କୁ ଦେଖିବା ପାଇଁ ଲୋକଙ୍କ ଖୁସିର କୌଣସି ସୀମା ନଥିଲା । ​​କିନ୍ତୁ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଦେଖାକରିବାର ସୁଯୋଗ ପାଇପାରିନଥିଲେ।

ବଙ୍ଗଳା ବଜାର ପରେ ରାହୁଲ ପୁରୁଣା ଦିଲ୍ଲୀର ମାଟିଆ ମହଲ ବଜାରକୁ ଯାଇଥିଲେ। ସେଠାରେ ରାହୁଲ ଗାନ୍ଧୀ ଏକ ଶରବତ ଦୋକାନରେ ତରଭୁଜ ଉପଭୋଗ ଖାଇଥିଲେ । ପରେ ଜାମା ମସଜିଦ ସମ୍ମୁଖରେ ଉପସ୍ଥିତ ଥିବା ବହୁ ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ ଅନେକଙ୍କ ସହ ସେଲଫି ନେଇଥିଲେ।
ରାହୁଲ ଗାନ୍ଧୀଙ୍କ ବଙ୍ଗଳା ବଜାର ଏବଂ ମାଟିଆ ମହଲ ବଜାର ଗସ୍ତ ସମ୍ପର୍କରେ କଂଗ୍ରେସ ଦଳ ଏକ ଟୁଇଟ୍ ମଧ୍ୟ କରିଛି। ଏହି ଟ୍ୱିଟ୍‌ରେ ଦଳ ପକ୍ଷରୁ ମୋହବତ୍ କି ଶରବତ୍ ଲେଖାଯାଇଛି। ପୂର୍ବରୁ ଦିଲ୍ଲୀର ଏଭଳି ଅନେକ ସ୍ଥାନ ପରିଦର୍ଶନ କରିଛନ୍ତି ।