ପଞ୍ଜାବ: କଂଗ୍ରେସ ସାଂସଦ ସାନ୍ତୋଖ ସିଂ ଚୌଧୁରୀଙ୍କର ପରଲୋକ ହୋଇଛି। ଭାରତ ଯୋଡ ଯାତ୍ରା ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ସାନ୍ତୋଖଙ୍କୁ ଲୁଧିଆନାରେ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଥିଲା। କଂଗ୍ରେସ ସାଂସଦ ସାନ୍ତୋଖ ସିଂ ଚୌଧୁରୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ସିଏମ ଭଗବନ୍ତ ମାନ ଟ୍ୱିଟ କରିଛନ୍ତି। ସାନ୍ତୋଖ ସିଂଙ୍କ ମୃତ୍ୟୁ ପରେ ଭାରତ ଯୋଡ ଯାତ୍ରା ଶନିବାର ପାଇଁ ସ୍ଥଗିତ ରଖାଯାଇଛି। ପଞ୍ଜାବର ସିଏମ ଭଗବନ୍ତ ମାନ ଓ ରାହୁଲ ଗାନ୍ଧି ମଧ୍ୟ ଡାକ୍ତରଖାନାରେ ପହଞ୍ଚିଛନ୍ତି।
ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ପରିଚାଳିତ ଭାରତ ଯୋଡ଼ୋ ଯାତ୍ରା ସମୟରେ ଏହି ଅଘଟଣ ଘଟିଥିଲା । ଯାତ୍ରା ସମୟରେ ହଠାତ୍ ଶ୍ରୀ ଚୌଧରୀଙ୍କୁ ହାର୍ଟ ଆଟାକ୍ ଆସିଥିଲା ।ସୂଚନା ମୁତାବକ, ପଞ୍ଜାବରେ ଭାରତ ଯୋଡ଼ୋ ଯାତ୍ରା ଚାଲିଥିବା ସମୟରେ ସନ୍ତୋଖଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା । ରାହୁଲଙ୍କ ସହିତ ପଦଯାତ୍ରା କରୁଥିବା ସମୟରେ ହଠାତ୍ ତାଙ୍କର ହୃଦ ସ୍ପନ୍ଦନ ବଢ଼ିବାରେ ଲାଗିଥିଲା । ସନ୍ତୋଖ ଜଳନ୍ଧରର ସାଂସଦ ଥିଲେ । ଯାତ୍ରା ସମୟରେ ହଠାତ୍ ହାର୍ଟ ଆଟାକ୍ ଆସିବାରୁ ତାଙ୍କୁ ସଙ୍ଗେସଙ୍ଗେ ମେଡିକାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଆଜି ସକାଳ ୭ଟାରେ ଲୁଧିଆନାର ଲୋଡ଼ୋବାଲଠାରୁ ରାହୁଲଙ୍କ ଯାତ୍ରା ଆରମ୍ଭ ହୋଇଥିଲା । ଏହି ଯାତ୍ରା ସକାଳ ୧୦ଟା ସୁଦ୍ଧା ଜଳନ୍ଧରର ଗୋରାୟାରେ ପହଞ୍ଚିବାର ଥିଲା । ମାତ୍ର ଯାତ୍ରା ସମାପ୍ତ ପୂର୍ବରୁ ମହାଯାତ୍ରାରେ ସାମିଲ ହୋଇଯାଇଛନ୍ତି ସନ୍ତୋଖ । ତେବେ ସନ୍ତୋଖଙ୍କ ଦେହାନ୍ତ ପରେ ଭାରତ ଯୋଡ଼ୋ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା । ଯାତ୍ରା ବାବଦରେ କଂଗ୍ରେସ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ ।
