ରାମ ମନ୍ଦିର ଟ୍ରଷ୍ଟ ଦୁର୍ନୀତି : ପ୍ରଧାନମନ୍ତ୍ରୀଙ୍କୁ ଜବାବ ମାଗିଲା କଂଗ୍ରେସ

ନୂଆଦିଲ୍ଲୀ,୧୪/୬: ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଉପରେ ଜମି କିଣା ଦୁର୍ନୀତି ଅଭିଯୋଗ ଆସିବା ପରେ ଏବେ ପ୍ରଧାନମନ୍ତ୍ରୀଙ୍କୁ ଜାବବ ମାଗିଛି କଂଗ୍ରେସ। ଦୁର୍ନୀତି ନେଇ ଆସିଥିବା ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜବାବ ଦେବା ଦରକାର ବୋଲି କଂଗ୍ରେସ ଦାବି କରିଛି । ଏହା ସହ ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ତତ୍ବାବଧାନରେ ତଦନ୍ତ ହେବା ଜରୁରି ବୋଲି ଦଳ ପକ୍ଷରୁ କୁହାଯାଇଛି। ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ରୂପରେ ମିଳିଥିବା ଟଙ୍କା କେଉଁଠି ଖର୍ଚ୍ଚ ହେଉଛି ଏବଂ ଏହି ଟଙ୍କାରେ କିଣାଯାଉଥିବା ଜମିକୁ ନେଇ ସୁପ୍ରମକୋର୍ଟଙ୍କ ଦ୍ବାରା ଅଡିଟ ହେଉ ବୋଲି ମଧ୍ୟ କହିଛନ୍ତି କଂଗ୍ରେସର ମୁଖପାତ୍ର ରଣଦୀପ ସୁରେଜଓ୍ବାଲା ।

ସେ ଆହୁରି ମଧ୍ୟ କହିଛନ୍ତି, ‘ଭାଗବାନ ଶ୍ରୀ ରାମ ଆସ୍ଥାର ପ୍ରତୀକ। କିନ୍ତୁ ଭଗବାନ ରାମଙ୍କ ଅଲୌକିକ ଅଯୋଧ୍ୟାରେ ଶ୍ର ରାମ ମନ୍ଦିର ନିର୍ମାଣ ପାଇଁ କୋଟି କୋଟି ଲୋକ ଦେଇଥିବା ଦାନର ଦୂରୁପଯୋଗ ଓ ଦୁର୍ନୀତି ମହାପାପ ଏବଂ ଘୋର ଅଧର୍ମ। ଯେଉଁଥିରେ ବିଜେପି ନେତା ସାମିଲ ଅଛନ୍ତ।’ ସୁରଜେଓ୍ବାଲା ଦାବି କରିଛନ୍ତି, ‘ ଜମିର ରେଜିଷ୍ଟ୍ରିର ଦୁଇଟି କାଗଜରେ ଶ୍ର ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଟ୍ରଷ୍ଟି ଅନିଲ ମିଶ୍ର ସାକ୍ଷି ଭାବେ ସାମିଲ ଅଛନ୍ତି। ଦ୍ବିତୀୟ ସାକ୍ଷି ଭାବେ ବିଜେପିର ପ୍ରମୁଖ ନେତା ଏବଂ ଅଯୋଧ୍ୟାର ମେୟର ଋଷିକେଶ ଉପାଧ୍ୟାୟ ଅଛନ୍ତି। ଏହାର ଅର୍ଥ ୨ କୋଟି ଟଙ୍କା ମୂଲ୍ୟର ଜମିକୁ ୫ ମିନିଟ୍‌ରେ ୧୮.୫ କୋଟିରେ କିଣାଯିବା ସମ୍ପର୍କରେ ରାମମନ୍ଦିର ନିର୍ମାଣ ଟ୍ରଷ୍ଟର ସଦସ୍ୟଙ୍କୁ ଜଣାଥିଲା।’