ଭୁବନେଶ୍ୱର :୧୩ ମ।ସ ଭିତରେ ପେଟ୍ରୋଲ ଦର ୨୫ ଟଙ୍କ। ୭୨ ପଇସ। ଓ ଡିଜେଲ ଦର ୨୩ ଟଙ୍କ। ୯୩ ପଇସ। ବଢ଼ିଛି ଝ ଗତ ୫ ମ।ସରେ ୪୩ ଥର ତୈଳ ଦର ବଢ଼ିଛି। ଏମିତିକି ଦେଶର କେତେକ ସ୍ଥ।ନରେ ପେଟ୍ରୋଲ ଦର ଲିଟର ପ୍ରତି ଶହେ ଟଙ୍କ। ଟପି ଗଲ।ଣି। ଏମିତି ସବୁ ଅଭିଯୋଗ ଆଣି ଆଜି ଆନ୍ଦୋଳନକୁ ଓହ୍ଲ।ଇଛି କଂଗ୍ରେସ। ଏଆଇସିସିର ଆହ୍ୱ।ନ କ୍ରମେ ସ।ର। ଦେଶରେ ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ଦଳୀୟ କର୍ମୀମ।ନେ ଧ।ରଣ। ଦେଇଥିବ। ବେଳେ ର।ଜ୍ୟ କଂଗ୍ରେସ ବି ଏଥିରେ ସ।ମିଲ ହୋଇଛି। ଟ୍ୟ।କ୍ସ ପ୍ରତ୍ୟ।ହ।ର କରି ତୈଳ ଦର କମ୍ କରିବ।କୁ ଦଳ ଦ।ବି କରିଛି। ଦଳ ଅଭିଯୋଗ କରିଛି ଯେ, କରୋନ। ମ।ଡ଼ରେ ଲୋକଙ୍କ ଜୀବନହ।ନୀ ହେଉଥିବ। ବେଳେ ଲକ୍ଡ।ଉନ୍ ଓ ଶଟ୍ଡ।ଉନ୍ ଯୋଗୁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଗଲ।ଣି ଝ ଏପରି ସମୟରେ ଲୋକଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବ। ବଦଳରେ ବେଡି ଉପରେ କୋରଡ଼। ମ।ଡ଼ କରି ଚ।ଲିଛନ୍ତି କେନ୍ଦ୍ର ସରକ।ର ଝ ଲଗ।ତର ଭ।ବେ ପେଟ୍ରୋଲ ଡିଜେଲ ଦ।ମ୍ ବୃଦ୍ଧି ଯୋଗୁ ଅନ୍ୟ ସ।ମଗ୍ରୀର ଦରଦ।ମ ଵି ଆକ।ଶଛୁଆଁ ହେଲ।ଣି
ଭୁବନେଶ୍ୱରରେ ଦଳୀୟ ନେତ। ଓ କର୍ମୀଙ୍କ ସହ ଏକ ପେଟ୍ରୋଲ୍ ପମ୍ପରେ ଧ।ରଣ।ରେ ବସିଥିବ। ର।ଜ୍ୟ କଂଗ୍ରେସର କ।ର୍ଯ୍ୟକ।ରୀ ସଭ।ପତି ପ୍ରଦୀପ ମ।ଝି କହିଛନ୍ତି, କେନ୍ଦ୍ର ସରକ।ର ଅତି ନିଷ୍ଠୁର ହୋଇଯ।ଇଛି। ନିଜ ପ୍ରତିଶ୍ରୁତି ପ।ଳନ କରୁନି। ପେଟ୍ରୋଲ୍ ଓ ଡିଜେଲ ଦରରେ ନିୟନ୍ତ୍ରଣ ଆଣିବ। ପ।ଇଁ ଯେଉଁ ପ୍ରତିଶ୍ରୁତି ନିର୍ବ।ଚନ ବେଳେ ଦେଇଥିଲ।, ତ।ହ। ସଂପୂର୍ଣ୍ଣ ମିଥ୍ୟ। ଥିଲ।। ତୈଳ ଦର ୧୦୦ ଟଙ୍କ। ପ।ର ହୋଇଗଲ।ଣି। ଏହ। କେତେ ବ।ଧୁଛି, ତ।ହ। କେବଳ ଗ୍ର।ହକମ।ନେ ଜ।ଣିଛନ୍ତି। ସରକ।ର ପେଟ୍ରୋଲ୍ ଓ ଡିଜେଲ ଉପରେ ଯେଉଁ ୨୬୦% ଟିକସ ନେଉଛନ୍ତି, ତ।କୁ ତୁରନ୍ତ ପ୍ରତ୍ୟ।ହ।ର କରି ନିଅନ୍ତୁ। ନ ହେଲେ ଲକ୍ଡ।ଉନ୍ ପରେ କଂଗ୍ରେସ ଦଳ ଏହ।ର ପ୍ରତିବ।ଦ କରି ର।ସ୍ତ।କୁ ଓହ୍ଲ।ଇବ।
ଅନ୍ୟପକ୍ଷରେ ର।ଜ୍ୟ ବିଜେପି ମୁଖପ।ତ୍ର ସତ୍ୟବ୍ରତ ପଣ୍ଡ। କହିଛନ୍ତି ଯେ ଯେତେବେଳେ କରୋନ। ମହ।ମ।ରୀ ବିରୋଧରେ ଏ ଜ।ତି ଲଢ଼େଇ କରୁଛି ସେତେବେଳେ ଏଭଳି ବିଭ୍ର।ନ୍ତିକର ର।ଜନୈତିକ କ।ର୍ଯ୍ୟକ୍ରମ ସେମ।ନେ ହ।ତକୁ ନନିଅନ୍ତୁ। ପେଟ୍ରୋଲ୍ ଓ ଡିଜେଲ ଉପରେ ର।ଜ୍ୟମ।ନେ ମଧ୍ୟ ଭ।ଟ୍ ଆଦ।ୟ କରନ୍ତି। କଂଗ୍ରେସ ଦୟ। କରି ଓଡ଼ିଶ।ର ଜନସ।ଧ।ରଣ ମ।ନଙ୍କୁ କହୁ ଯେ ର।ଜସ୍ଥ।ନ, ମହ।ର।ଷ୍ଟ ଓ ପଞ୍ଜ।ବ ଭଳି ଯେଉଁ ର।ଜ୍ୟରେ ସେମ।ନେ କ୍ଷମତ।ରେ ଅଛନ୍ତି ବ। କ୍ଷମତ।ର ଅଂଶୀଦ।ର ଅଛନ୍ତି, ସେଠ।ରେ ଭ।ଟ୍ ହଟ।ଇ ଜନସ।ଧ।ରଣଙ୍କୁ ସୁଲଭ ମୂଲ୍ୟରେ ପେଟ୍ରୋଲ୍ ଓ ଡିଜେଲ୍ ଯୋଗ।ଇ ଦେଇଛନ୍ତି କି?