କଂଗ୍ରେସର ୩ ବିଧାୟକଙ୍କୁ ଦଳରୁ ନିଲମ୍ବିତ 

ଭୁବନେଶ୍ୱର: ଦଳୀୟ ନିର୍ଦ୍ଦେଶାବଳୀକୁ ଅବମାନନା କରିବା କଂଗ୍ରେସ ତିନି ବିଧାୟକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଏବଂ ମୋହନା ବିଧାୟକ ଦାଶରଥୀ ଗୋମାଙ୍ଗୋଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଥିବା କଂଗ୍ରେସ ମିଡ଼ିଆ ସେଲ୍ ସଭାପତି ଅରବିନ୍ଦ ଦାଶ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।  ଉପରୋକ୍ତ ତିନି ଜଣ ବିଧାୟକ ଓ ବିଧାୟିକା ଦଳୀୟ ହ୍ୱିପକୁ ଅବମାନନା କରିଥିଲେ । ମୁଖିଆଙ୍କ ତାଗିଦ ସତ୍ତ୍ୱେ ଦଳ ବିରୋଧରେ ଯାଇ ଘୋଡ଼ା ବେପାରରେ ବିକ୍ରି ହୋଇଥିଲେ ଏବଂ କ୍ରସ୍ ଭୋଟିଂ କରିଥିଲେ । ସେଥିପାଇଁ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପ୍ରଥମ ପର୍ଯ୍ୟାୟରେ ନିଲମ୍ବିତ କରାଯାଇଥିବା ଅରବିନ୍ଦ କହିଛନ୍ତି । ଆଗାମୀ ଦିନରେ ସେମାନଙ୍କୁ ଦଳରୁ ବହିଷ୍କୃତ କରାଯିବ ସହିତ ସଦସ୍ୟ ପଦ ରଦ୍ଦ ପାଇଁ ଏସଆଇସିସିକୁ ଚିଠି ଲେଖାଯାଇଛି । ଏପରିକି ସେମାନେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହିତ ଆଲୋଚନା ପାଇଁ ମଧ୍ୟ ବେଙ୍ଗାଲୁରୁ ଯାଇନଥିଲେ । ଯାହାକି ସେମାନେ ଦଳଠୁ ଦୂରେଇ ଯାଇଥିବାର ପ୍ରମାଣ ମିଳିଛି । ତେଣୁ ଏମାନଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।