ସମ୍ବିତ ପାତ୍ର କ୍ଷମା ନ ମାଗିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ କଂଗ୍ରେସ : ନରସିଂହ ମିଶ୍ର

ଭୁବନେଶ୍ବର,୨ /୧୨ : ପରୀ ହତ୍ୟା ଘଟଣାରେ ବିଧାନସଭାରେ କଂଗ୍ରେସ ବିଧାୟକମାନେ ଶାସକ ଦଳ ଦ୍ବାରା ମ୍ୟାନେଜ୍‌ ହୋଇଗଲେ। ଦଳର ୯ ଜଣ ବିଧାୟକ ଏଥିପାଇଁ ଟଙ୍କା ନେଇଛନ୍ତି। ଗତକାଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଅଭିଯୋଗକୁ ନେଇ ଚରମବାଣୀ ଶୁଣାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କହିଛନ୍ତି, ବିଜେପି ରାଷ୍ଟ୍ରୀୟ ମୁଖାପାତ୍ର ଯଦି ଏପରି କହିଥାନ୍ତି, ତାହେଲେ ଏହା ଦୁର୍ଭାଗ୍ୟଜନକ। ଏଥିପାଇଁ ସେ କ୍ଷମା ମାଗନ୍ତୁ ନଚେତ ଦଳ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ।