ନୂଆପଡ଼ା ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର, ୦୭/୧୦ : ନୂଆପଡ଼ା ପାଇଁ ନିର୍ବାଚନ ତାରିଖ ଘୋଷଣା କରିସାରିଥିବାବେଳେ ଏବେ ରାଜନୈତିକ ଦଳମାନଙ୍କର ପ୍ରାର୍ଥୀ ଘୋଷଣା ବାକି ରହିଛି । କଂଗ୍ରେସରୁ ନାମ ଘୋଷଣା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଆଜି ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଦେବ ବୋଲି କହିଛନ୍ତି ରାଜ୍ୟ ପିସିସି ସଭାପତି ଭକ୍ତଚରଣ ଦାସ। ବିଜେଡ଼ି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ୭୧ ନମ୍ବର ଆସନ ନୂଆପଡ଼ା ଖାଲି ରହିଛି । ଏଥିପାଇଁ ମତଦାନ ହେବ । ଅକ୍ଟୋବର ୧୩, ସୋମବାର ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୦ରେ ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ଦିନ ରହିବ । ଅକ୍ଟୋବର ୨୨ ତାରିଖରେ ନାମାଙ୍କନ ଯାଞ୍ଚ କରାଯିବ । ଅକ୍ଟୋବର ୨୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିବ । । ନଭେମ୍ବର ୧୧ ଉପନିର୍ବାଚନ ଅନୁଷ୍ଠିତ ହେବ ଏବଂ ନଭେମ୍ବର ୧୪ ତାରିଖରେ ମତ ଗଣନା କରାଯାଇ ଫଳାଫଳ ପ୍ରକାଶ ପାଇବ । ନୂଆପଡ଼ାରେ ଭୋଟରଙ୍କ ୨ ଲକ୍ଷ ୪୮ ହଜାର ମତଦାନ କରିବେ । ମୋଟ ପୋଲିଂ ଷ୍ଟେସନ ସଂଖ୍ୟା ୩୫୮ ରହିଥିବାବେଳେ ନୂଆ ପୋଲିଂ ଷ୍ଟେସନ ସଂଖ୍ୟା ୫୬ ରହିଛି । ମତଦାତାମାନେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ନାମ ଯୋଡ଼ି ପାରିବେ ।

 

SBI_Festive_Digital Billboard