ଆଜି କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ : ଗାଡ଼ି ଅଟକାଇବ ନାହିଁ ଡ୍ରାଇଭର ମହାସଂଘ

ଭୁବନେଶ୍ବର, ୧୧/୦୭ : ଆଜି ଭୁବନେଶ୍ବରରେ କଂଗ୍ରେସର ସମାବେଶକୁ ଆସୁଥିବା ଗାଡ଼ିକୁ ଅଟକାଇବ ନାହିଁ ଡ୍ରାଇଭର ମହାସଂଘ । ଏନେଇ ସ୍ପଷ୍ଟ କରିଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ଡ୍ରାଇଭର ମହାସଂଘର ଆନ୍ଦୋଳନ ଜାରି ରହିଛି । କିନ୍ତୁ କଂଗ୍ରେସର ସମାବେଶକୁ କଂଗ୍ରେସ କର୍ମୀ ଆସୁଥିବାରୁ ଗାଡିକୁ ନଅଟକାଇବାକୁ ଅନୁରୋଧ କରିଥିଲେ ପିସିସି ସଭାପତି । କଂଗ୍ରେସର ଅନୁରୋଧ ରକ୍ଷା କରି କଂଗ୍ରେସର ଗାଡ଼ିକୁ ଅଟକାଯିବ ନାହିଁ ବୋଲି କହିଛନ୍ତି ଡ୍ରାଇଭର ସଂଘ ସଭାପତି । ଏହାସହ ସମାବେଶକୁ ଗାଡ଼ି ଆଣୁଥିବା ଡ୍ରାଇଭରମାନଙ୍କୁ ବିନା ଭୟରେ ଗାଡ଼ି ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସରକାର ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ହଟିବୁ ବୋଲି କହିଛନ୍ତି ପ୍ରଶାନ୍ତ ମେଣ୍ଡୁଲି ।

SBI AD